Pratidin TV

Odisha's Digital News Platform

ତହସିଲଦାରଙ୍କ ମନମୂତାବକ କାର୍ଯ୍ୟ ପାଇଁ ଚାକିରୀ ହରାଇଲେ CRPF ଯବାନ ।

1 min read

ଅତିରିକ୍ତ ତହସିଲଦାର ଙ୍କୁ ମହିଳା ଙ୍କ ମାଡ଼। କାର୍ଯ୍ୟାଳୟ ଭିତରେ କଲର ଧରି ମାଡ଼ ମାରିଲେ ମହିଳା। ମାଡ଼ଖାଇଥିବା ଅତିରିକ୍ତ ତହସିଲଦାର ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲ କାର୍ଯ୍ୟାଳୟ ଅତିରିକ୍ତ ତହସିଲଦାର ଶୋମକେଶ ନାଏକ। ତେବେ ତହସିଲଦାର ଜଣେ ଯୁବକଙ୍କୁ ଜାତିଗତ ସାର୍ଟିଫିକେଟ ନଦେବାରୁ ସେ ସିଆରପିଏଫ ଚାକିରୀ ହରାଇ ବସିଥିଲେ । ଏନେଇ ରାଗରେ ଥିବା ଯୁବକ ଙ୍କ ପରିବାର ସହ ଅଞ୍ଚଳବାସୀ ତହସିଲଦାରଙ୍କୁ ମାଡ ମାରିଥିଲେ ।

ତେବେ ସିଆରପିଏଫ୍‌ରେ ଚାକିରୀ ପାଇଥିବା ବ୍ୟକ୍ତି ହେଲେ ବିବେକ ମେହେର । ଅନେକ କଷ୍ଟ ସହି ପରିଶ୍ରମ କରି ସେ ଏହି ଚାକିରୀ ପାଇଥିଲେ । କିନ୍ତୁ ତହସିଲଦାରଙ୍କ ମନମୁତାବକ କାର୍ଯ୍ୟ ପାଇଁ ସେ ଏହି ଚାକିରୀ ହରାଇ ବସିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *