ଆସୁଛି ଲଘୁଚାପ , ଭିଜିବ ଓଡିଶା ବଢିବ ଥଣ୍ଡା ।
1 min readପୁଣି ଭିଜିବ ଓଡିଶା,ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଭାଗ କହିବା ଅନୁଯାୟୀ, ଆସନ୍ତା ୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । କ୍ରମେ ଏହା ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତର ରୂପ ନେବ । ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।
ରାଜ୍ୟରେ ବର୍ତ୍ତମାନ ଶୀତର ଛୁଆଁ ଅନୁଭବ ହେଉଥିବା ବେଳେ ବର୍ଷା ଯୋଗୁଁ ଶୀତ ବଢିପାରେ ।