Pratidin TV

Odisha's Digital News Platform

ସଡକ ଦୁର୍ଘଟଣାର ଶିକାର ହେଲେ ଗୋବିନ୍ଦାଙ୍କ ବୋହୁ ,କହିଲେ ମୋତେ ମିଳିଛି ଦ୍ଵିତୀୟ ଜନ୍ମ..

1 min read

ଏବେ ଅସୁବିଧାରେ ପଡିଛନ୍ତି ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ପରିବାର ।ପ୍ରଥମେ ଅଭିନେତା ଗୋବିନ୍ଦା ଗୋଡରେ ଗୁଳି ବାଜିଥିଲା।ନିକଟରେ ଅଭିନେତା ସୁସ୍ଥ ହୋଇ ପ୍ରଚାର ମୈଦାନ କୁ ଓହ୍ଲାଇ ଥିଲେ ହେଲେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ଦେଖାଦେଇଥିଲା ।ଠିକ ଏହି ସମୟରେ ତାଙ୍କ ବୋହୂ ଅର୍ଥାତ ପୁତୁରା ଏବଂ ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକଙ୍କ ପତ୍ନୀ କଶ୍ମୀରା ସାହାଙ୍କର ଏକ ବଡ଼ ସଡକ ଦୁର୍ଘଟଣା ଘଟିଛି। ତାଙ୍କ ଦୁର୍ଘଟଣାର ଏକ ଫଟୋ ସାମ୍ନାକୁ ଆସିଛି। କଶ୍ମୀରା ନିଜେ ତାଙ୍କ ସହ ଦୁର୍ଘଟଣାର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଦେଖିବା ପରେ ପ୍ରଶଂସକଙ୍କ ପାଦ ତଳୁ ମାଟି ଖସି ଯାଇଛି। ଏହାକୁ ଦେଖି ସମସ୍ତେ ବହୁତ ଭୟଭୀତ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ସ୍ୱାସ୍ଥ୍ୟ ବିଷୟରେ ପଚାରୁଛନ୍ତି ।

ନିକଟରେ କାଶ୍ମୀରା ଶାହା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଭଗବାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ‘ଭଗବାନଙ୍କ କୃପାରୁ ମୋର ଜୀବନ ବଞ୍ଚି ଯାଇଛି। ନଚେତ ଦୁର୍ଘଟଣା ଅତ୍ୟନ୍ତ ଭୟାନକ ଥିଲା। ଏକ ବଡ଼ଦୁର୍ଘଟଣାରୁ ଭଗବାନ ମୋ‌ତେ ବଞ୍ଚାଇ ଆଣିଛନ୍ତି। ମୁଁ ଦ୍ବିତୀୟ ଜନ୍ମ ପାଇଲା ଭଳି ଲାଗୁଛି।’ କାଶ୍ମୀରାଙ୍କ ଏହି ପୋଷ୍ଟ ପ‌ରେ ଉଭୟ କୃଷ୍ଣା ଶାହା ଏବଂ କାଶ୍ମୀରାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। କଶ୍ମୀରା ସାହାଙ୍କ ଏହି ଦୁର୍ଘଟଣା ଏଲଏ ଅର୍ଥାତ୍ ଲସ୍ ଆଞ୍ଜେଲସରେ ଘଟିଛି। ସେ ଆଜିକାଲି ବିଦେଶ ଭ୍ରମଣରେ ଅଛନ୍ତି।

Advertisement

Leave a Reply

Your email address will not be published. Required fields are marked *