ଖୁବଶୀଘ୍ର ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ..
1 min readଭାରତ ଗସ୍ତରେ ଆସିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଖୁବଶୀଘ୍ର ତାଙ୍କ ଗସ୍ତ ତାରିଖ ଚୂଡ଼ାନ୍ତହେବ । ପୁଟିନ ଙ୍କ ଗସ୍ତ ସମ୍ପର୍କରେ କ୍ରେମଲିନର ପ୍ରେସ୍ ସେକ୍ରେଟାରୀ ଦିମିତ୍ରୀ ପେସ୍କୋଭ ସୂଚନା ଦେଇଛନ୍ତି। ପୁଟିନ ଙ୍କ ଭାରତ ଗସ୍ତ ଉପରେ ରହିବ ସାରା ବିଶ୍ୱର ନଜର। କାରଣ ଏପଟେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।ତେବେ ଆମେରିକାର ନଵ ନିର୍ଵାଚତ ରାଷ୍ଟ୍ରପତି ଙ୍କ ସହ ମୋଦୀ ଓ ପୁଟିନଙ୍କ ର ରହିଛି ଭଲ ସମ୍ପର୍କ ।
ଚଳିତ ବର୍ଷ ଜୁଲାଇ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆରେ ପୁଟିନଙ୍କୁ ଭେଟିଥିଲେ। ଏହି ବୈଠକରେ ଦୁଇ ନେତାଙ୍କ ଘନିଷ୍ଠତା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ୟୁକ୍ରେନ ଉପରେ ରୁଷ୍ ର ଆକ୍ରମଣର ପ୍ରାୟ ଦୁଇ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ ରୁଷିଆ ଗସ୍ତ ଥିଲା । ସେତେବେଳେ ସେ ତାଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏହି ବିକାଶକୁ ନିଶ୍ଚିତ କରିଛନ୍ତି ଏବଂ ପୁଟିନଙ୍କ ଭାରତ ଗସ୍ତ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି କହିଛନ୍ତି।