Pratidin TV

Odisha's Digital News Platform

ମହାରାଷ୍ଟ୍ରବାସୀଙ୍କୁ ମତଦାନ ପାଇଁ ଅପିଲ କଲେ ମୋଦି…

1 min read

ଆଜି ମହାରାଷ୍ଟ୍ର ବିଧାନସଭା ପାଇଁ ଚାଲିଛି ଭୋଟିଂ। ପ୍ରତି ବୁଥ୍‌ରେ ଲମ୍ବା ଲାଇନ୍‌ ଲାଗିଛି। । ଭୋଟ ଦେଉଛନ୍ତି ମହାରାଷ୍ଟ୍ରବାସୀ। ସମସ୍ତ ୨୮୮ ବିଧାନସଭା ଆସନ ପାଇଁ ମତଦାନ ହେଉଛି। । ବିଭିନ୍ନ ସ୍ଥାନରେ ସକାଳୁ ବେଶ ଉତ୍ସାହର ସହ ମତଦାନ କରିଛନ୍ତି ଭୋଟର । ଏହି ଅବସରର ପୂର୍ବପରି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଲୋକଙ୍କୁ ଗଣତନ୍ତ୍ରର ମହାପର୍ବରେ ବହୁମାତ୍ରାରେ ସାମିଲ ହେବା ସହ ସେମାନଙ୍କ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ଲୋକେ ସକ୍ରିୟତାର ସହ ଜୋଡି ହେଲେ ହିଁ ଗଣତନ୍ତ୍ର ସଫଳ ହୁଏ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟରେ କହିଛନ୍ତି, ” ଲେଖିଛନ୍ତି, ‘‘ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ସମସ୍ତ ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଛି । ଗଣତନ୍ତ୍ରର ଏହି ମହାନ ପର୍ବରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମୁଁ ଏହି ପର୍ଯ୍ୟାୟର ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି । ମୁଁ ନିଶ୍ଚିତ ଯେ, ଆମର ଯୁବକ ଏବଂ ମହିଳା ଭୋଟରମାନେ ଭୋଟ୍ ଦେବା ପାଇଁ ରେକର୍ଡ ସଂଖ୍ୟାରେ ଆଗେଇ ଆସିବେ ।

ଆସନ୍ତୁ ଏକତ୍ର ଆମର ଗଣତନ୍ତ୍ରକୁ ଅଧିକ ଜୀବନ୍ତ କରିବା ।’’ତେବେ ସେହିପରି ଝାଡଖଣ୍ଡ ନିର୍ବାଚନ 2024 ର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଭୋଟିଂକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳିଛି । ତେବେ ସକାଳ 9ଟା ପର୍ଯ୍ୟନ୍ତ 12.71% ଭୋଟ୍ ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *