ଗ୍ୟାସ୍ ଚାମ୍ପର ପାଲଟିଛି ରାଜଧାନୀ , ଘରେ ରହି କାମ କରିବେ ସରକାରୀ କର୍ମଚାରୀ..
1 min readବଦଳୁଛି ପାଗର ମିଜାଜ। ଖସୁଛି ପାରଦ, ବଢ଼ି ଚାଲିଛି ଥଣ୍ଡା। ତା’ସହ ତାଳ ଦେଇ ବଢ଼ି ଚାଲିଛି ପ୍ରଦୂଷଣ। ଚାରିଆଡେ ଧୂଆଁ ଧୂଆଁ। କିଛି ବି ହେଉନି ଦୃଶ୍ୟମାନ। ଗ୍ୟାସ୍ ଚାମ୍ପର ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ। ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି। ଲୋକେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ହୋଇପଡିଛନ୍ତି। ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ସମସ୍ତ ରେକର୍ଡ ଭାଙ୍ଗିଛି। ବିଭିନ୍ନ ସ୍ଥାନରେ AQI ୫୦୦ ଟପିଛି। ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ GRPA ୪ ଲାଗୁ କରାଯାଇଛି। ଏହି କାରଣରୁ ଦିଲ୍ଲୀର ସ୍କୁଲଗୁଡିକ ମଧ୍ୟ ବନ୍ଦ ରହିଛି। କ୍ଲାସଗୁଡ଼ିକ ବର୍ତ୍ତମାନ ଅନଲାଇନ୍ ମାଧ୍ୟମ ମାଧ୍ୟମରେ କରାଯାଉଛି।
ସେହିପରି ଦିଲ୍ଲୀ ୟୁନିର୍ଭସିଟି ଓ ଜେଏନ୍ୟୁ ମଧ୍ୟ ବନ୍ଦ ରଖାଯାଇଛି। ଅନ୍ଲାଇନ୍ କ୍ଲାସ ପାଇଁ ଘୋଷଣା ହୋଇଛି। ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି। ଏନେଇ ଗୋପାଳ ରାଏ ଟ୍ୱିଟ କରିଛନ୍ତି। ଏଥିସହ ଦିଲ୍ଲୀରେ ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ ପରାମର୍ଶ ଦିଆଯାଇଛି। ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ବାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।
ଦେଶର ପ୍ରଦୂଷଣ ସ୍ତର ମାପୁଥିବା ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ ମୁତାବକ, ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ୪ ଦିନ ରେ ସାଂଘାତିକ ହୋଇଛି। ୧୭ ତାରିଖରେ AQI ୪୪୧ ଥିଲା। ନଭେମ୍ବର ୧୮ ତାରିଖରେ AQI ୪୯୪ ପାର କରିଥିଲା। ଆଜି AQI ୫୦୦ ଟିପିଛି। ଏଭଳି ପ୍ରଦୂଷିତ ବାୟୁ ଜଣେ ସୁସ୍ଥ ବ୍ୟକ୍ତିକୁ ରୋଗିଣା କରିପାରେ। କେବଳ ଦିିଲ୍ଲୀରେ ନୁହେଁ ଦେଶର ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ମଧ୍ୟ ବାୟୁ ପ୍ରଦୂଷଣର ମାତ୍ରା ଅଧିକ। ଯାହା ଏବେ ଚିନ୍ତାର କାରଣ ପାଲଟିଛି।