ଏମିତି ମା କୁ ଶହେ ସଲାମ , କୋଳରେ ଛୁଆକୁ ଧରି କରିଛନ୍ତି ମା କରୁଛି ଜୋମାଟୋ ଡେଲିଭରି…
1 min readସେ ମଦର୍ ଇଣ୍ଡିଆ। ପିଠିରେ ଝୁଲେଇଛି ଜୋମାଟ ର ବ୍ୟାଗ , ଆଉ ଗାଡି ଆଗରେ ଛୁଆକୁ ବସାଇ ବୁଲି ବୁଲି କରୁଛନ୍ତି ଖାଦ୍ୟ ଡେଲିଭେରି । ମଝିରେ ମଝିରେ ସମୟ ପାଇଲେ ଛୁଆକୁ ଖାଇବାକୁ ଦେଉଛି ଓ ତା ସହ ଖେଳୁଛି। ଦୃଶ୍ୟ ଦେଖିଲେ ଆପଣ ବି କହିବେ, ଏମିତି ମାଆକୁ ଶହେ ସଲାମ୍। ସତରେ ମା ହିଁ ଦୁନିଆର ସବୁଠୁ ବଡ଼ ଯୋଦ୍ଧା। କ୍ୟାମେରା ସାମ୍ନାରେ କୁହାଯାଇଥିବା ଏଇ କେଇ ପଦ କଥାର ମହତ୍ତ୍ବ କେତେ ସେ କଥା ସମସ୍ତେ ଜାଣନ୍ତି। ଯେତେ ବିପଦ ଆସୁ, ଯେତେ କଷଣ ପଡୁନା କାହିଁକି। ମାଆର ପଣତ ମୁଣ୍ଡ ଉପରେ ଥିଲେ ପିଲା ସୁରକ୍ଷିତ ରୁହେ। ପାଖରେ ମାଆ ଅଛି ମାନେ ପିଲା ଭୋକରେ ଶୁଏନି। ସାଥିରେ ମାଆର ଆଶୀର୍ବାଦ ଅଛି ମାନେ ପ୍ରତିଟି ଯୁଦ୍ଧ ଜିତି ହୋଇଯାଏ, ପ୍ରତିଟି ପ୍ରତିଯୋଗିତା ସହଜ ଲାଗେ। ପିଲା ପାଖରେ ଥିଲେ ମାଆ ବି ଖୁସି ଖୁସିରେ ଦୁନିଆ ସହ ଲଢ଼ିଯାଏ। ନିକଟରେ ଭାଇରଲ ହେଉଥିବା ଭିଡିଓ ରେ ଦେଖିବାକୁ ମିଳିଛି ।
ଯେଉଁଥିରେ ଜଣେ ମା’ ଆର୍ଥିକ ଅଭାବ ହେତୁ ଡେଲିଭରି କର୍ମଚାରୀ ଭାବେ କାମ କରୁଛନ୍ତି। ଏହି ସମୟରେ ସେ ତାଙ୍କ ଶିଶୁକୁ ବି ସାଙ୍ଗରେ ଧରି କାମ କରୁଛନ୍ତି। ଉକ୍ତ ମା’ଙ୍କ ଡିୟୁଟି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଭାଇରାଲ ଭିଡିଓଟି ଗୁଜୁରାଟର ବୋଲି କୁହାଯାଉଛି। ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଜୋମାଟୋ ଡେଲିଭରି ମହିଳା କର୍ମଚାରୀଙ୍କ ଖୁବ ପ୍ରଶଂସା କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଥିବା ମହିଳା ଜଣକ ନିଜର ସଂଘର୍ଷକୁ ନେଇ କହିଛନ୍ତି, ‘ମୁଁ ଜଣେ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ରୀ। ଚାକିରି ଖୋଜୁଥିବା ସମୟରେ ପରିବାରଲୋକ ମୋର ବିବାହ କରାଇ ଦେଇଥିଲେ।
ବିବାହ ପରେ ମା’ ହେବାର ଦୁଇବର୍ଷ ପରେ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଲା। ତେଣୁ ମୁଁ କିଛି ଚାକିରି କରିବାକୁ ସ୍ଥିର କରି ସ୍ବାମୀଙ୍କ ସହ ଆଲୋଚନା କରିଥିଲି। ସ୍ବାମୀ ବି ମୋ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। କିନ୍ତୁ ଛୁଆକୁ ଛାଡ଼ି ଚାକିରି କରିବା ମୋ ପକ୍ଷେ ସମ୍ଭବ ନଥିଲା।
ତେଣୁ ମୁଁ ଏମିତି ଏକ ଚାକିରି ଖୋଜୁଥିଲି ଯେଉଁଥିରେ ମୁଁ ଚାକିରି ସହିତ ମୋ ଛୁଆକୁ ବି ଦେଖି ପାରିବି। ଏଭଳି ସମୟରେ ଜୋମାଟୋରେ ଘରଘର ବୁଲି ଅର୍ଡର ହୋଇଥିବା ଖାଦ୍ୟ ଡେଲିଭରି କରିବାରର ଚାକିରି ପାଇଥିଲି। ଚାକିରି ସିନା ପାଇଗଲି ଘରେ ମୋର ଛୋଟ ଛୁଆ। ତାକୁ ଘରେ ଏକା ଛାଡ଼ି ଚାକିରିକୁ ଆସିବା ସମ୍ଭବ ନଥିଲା। ତେଣୁ ମୁଁ ତାକୁ ସାଙ୍ଗରେ ନେଇ ଘରଘର ବୁଲି ଖାଦ୍ୟ ଡେଲିଭରି କରିବା ଆରମ୍ଭ କରିଛି। ଯେଉଁଠାରେ ଛୁଆର ଖାଇବା ସମୟ ହୋଇଥାିଏ। ତାକୁ ଖୁଆଇ ଦେଇଥାଏ। ଯଦି ସେ ଶୋଇପଡେ ଏକ ଗାମୁଛା ସାହାଯ୍ୟରେ ମୋ ଛାତିରେ ତାକୁ ବାନ୍ଧି ଦେଇ ମୋ ଡିୟୁଟି କରିଥାଏ।ସତରେ କର୍ତ୍ତବ୍ୟ ଆଗରେ ବି ନିଜ ମାଆ ର ମମତା କୁ ଭୁଲି ଯାଇନାହାନ୍ତି ।