Pratidin TV

Odisha's Digital News Platform

କାହିଁକି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ିର କଟିଲା ଚାଲାଣ?

1 min read

ଅଡୁଆରେ ମୁଖ୍ୟମନ୍ତ୍ରୀ ।କଟିଛି ମୁଖ୍ୟମନ୍ତ୍ରୀଙ୍କ ଗାଡିର ଚାଲାଣ ।ଟ୍ରାଫିକ ନିୟମଫୁ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଯେଉଁଥିପାଇଁ ତାଙ୍କର ଚାଲାଣ କଟିଛି । ଏ ହେଉଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ନୀତିଶ କୁମାରଙ୍କ ସରକାରୀ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟର ବୈଧତା ଶେଷ ହୋଇଥିଲେ ମଧ୍ୟ ନିୟମ ଉଲ୍ଲଂଘନ କରି ଏହା ରାସ୍ତାରେ ବେଧଡ଼କ ଚାଲୁଛି।ନୀତୀଶ କୁମାରଙ୍କ କାରର ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ୩ ଅଗଷ୍ଟ ୨୦୨୪ରେ ଶେଷ ହୋଇଯାଇଛି । ଏହା ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ କାର ରାସ୍ତାରେ ଗଡ଼ୁଥିଲା ।

ସୂଚନା ଅନୁସାରେ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ସରକାରୀ ଗାଡ଼ିରେ ରୋହତାସ ଯାଇଥିଲେ। ଏହି ସମୟରେ ତାଙ୍କ ଗାଡ଼ି ଯାଞ୍ଚ ବେଳେ ଏହାର ପଲ୍ୟୁସନ ସାର୍ଟିଫିକେଟର ବୈଧତା ଶେଷ ହୋଇଥିବା ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କ ଗାଡ଼ିର ଚାଲାଣ କଟିଛି। ଏହି ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟର ବୈଧତା ଅଗଷ୍ଟ ୨, ୨୦୨୪ରେ ଶେଷ ହୋଇଯାଇଛି। ତେବେ ରୋହତାସ ଟୋଲରେ ଅନଲାଇନ୍ ଚାଲାଣ କଟିବାବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗାଡ଼ିରେ ଉପସ୍ଥିତ ନଥିଲେ। ସେ ଅନ୍ୟ ଏକ କାରରେ ବସିଥିଲେ।

Advertisement

ଏହା ପୂର୍ବରୁ ୨୩ ଫେବୃଆରୀ ୨୦୨୪ରେ ସିଟ୍ ବେଲ୍ଟ ଲଗାଇ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର ଉପରେ ୧୦୦୦ ଟଙ୍କା ଜରିମାନା ଲାଗିଥିଲା । କିନ୍ତୁ ଏହି ଜରିମାନା ରାଶି ଏଯାବତ୍ ପୈଠ କରାଯାଇ ନାହିଁ । ତେବେ ମୁଖ୍ୟମନ୍ତ୍ରୀ ଜରିମାନା ଭରିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାରରେ ପିୟୁସି ପ୍ରମାଣପତ୍ର ନଥିବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

Leave a Reply

Your email address will not be published. Required fields are marked *