Pratidin TV

Odisha's Digital News Platform

(ଭିଡିଓ)ଲ୍ୟାଣ୍ଡିଂ ପୂର୍ବରୁ କ୍ରାସ୍ ହୋଇଗଲା ବିମାନ , ସମସ୍ତ ଯାତ୍ରୀ ଓ ପାଇଲଟ୍ ମୃତ

1 min read

ନେପାଳ : ରବିବାର ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ନେପାଳ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଅତି ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାଟ ଏତେ ଭୟଙ୍କର ଥିଲା ଯେ ଆଖିପିଛୁଳାକେ ବିମାନଟି ଜଳିଯାଇଥିଲା । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବୁଲୁଛି ଯେଉଁଥିରେ ବିମାନଟି ଲ୍ୟାଣ୍ଡିଂ ପୂର୍ବରୁ ଅଳ୍ପ ଦୋହଲିଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ସମସ୍ତ ୭୨ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇସାରିଥିବା ସୂଚନା । ମୃତକଙ୍କ ମଧ୍ୟରେ ୫ଜଣ ଭାରତୀୟ ଓ ୧୦ ଜଣ ବିଦେଶୀ ଯାତ୍ରୀ ଥିବା ଜଣାପଡିଛି । ଉଦ୍ଧାରକାରୀ ଟିମ୍ ନିଆଁକୁ ଆୟତ କରି ମୃତଦେହଗୁଡିକୁ ଉଦ୍ଦାର କରିବାରେ ଲାଗିଛନ୍ତି ।

ସୂଚନା ମୁତାବକ ୟେତି ଏୟାରଲାଇନ୍ସର ୯ଏନ-ଏନସି ଏଟିଆର-୭୨ ବିମାନଟି ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଭରିଥିଲା। ଏହା ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା ବୋଲି ମନ୍ତ୍ରଣାଳୟ କହିଛି।

Advertisement

Leave a Reply

Your email address will not be published. Required fields are marked *