ସିଂହଦ୍ୱାର ଆଗରେ ସୋନୁ ଗାଇଲେ କାଳିଆ ଭଜନ
1 min readନଭେମ୍ବର ୧୯ ତାରିଖ ତଥା ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟାର ସାସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ ବିଶିଷ୍ଟ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମ । ସୋନୁ ନିଜେ ପୂର୍ବରୁ କଣ୍ଠଦାନ କରିଥିବା ଶ୍ରୀ ଜଗନ୍ନାଥଙ୍କ ଭଜନ ‘ତୋ ଆଗରେ କିଛି ଧୂପ’ ପରିବେଷଣ ଆରମ୍ଭ କରିବା ପୂର୍ବରୁ ମଞ୍ଚରେ ଜୋତା ଓହ୍ଲାଇ ଜଗନ୍ନାଥଙ୍କୁ ନମନ କରିଥିଲେ । ଏହାପରେ ବଡଦାଣ୍ଡକୁ ଦୌଡ଼ି ଆସିଛନ୍ତି ସୋନୁ ନିଗମ | ସୋନୁ ନିଗମ ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି | ଶ୍ରୀଜିୟୁଙ୍କ ଦର୍ଶନ ପରେ ନିଜର ଭାବି ଗଣମାଧ୍ୟମ ସାମ୍ନାରେ ବାଣ୍ଟିଛନ୍ତି | ସେ କ୍ଷୀତିଲେ, ମୁଁ ଆଗରୁ ଜଗନ୍ନାଥଙ୍କ ଭଜନ ଗାଇସାରିଛି ଏହାସହ ୨-୩ ଥର ନିଜେ ଆଗରୁ ପୁରୀ ଆସି ସାରିଛି | ଏହାପରେ ବଡଦାଣ୍ଡରେ କାଳିଆର ଭଜନ ଗାଇଥିଲେ |
ସୂଚନା ଅନୁଯାୟୀ, ଓଡ଼ିଆ ଗୀତ ଗାଇ କଟକ ବାଲିଯାତ୍ରା ପଡିଆକୁ ଦୋହଲାଇ ଦେଇଥିଲେ | ଲକ୍ଷାଧିକ ଦର୍ଶକଙ୍କ ସମାଗମରେ ଉଛୁଳିଥିଲା ଉଭୟ ଉପର ଓ ତଳ ପଡିଆ । ପାଖାପାଖି ଅଢେ଼ଇ ଘଣ୍ଟା ଧରି ସୋନୁ ନିଗମଙ୍କ ନନଷ୍ଟପ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ହିନ୍ଦୀ ସହିତ ଓଡ଼ିଆ ଭଜନ ଓ ଆଧୁନିକ ଗାଇଥିଲେ ସୋନୁ । ସୋନୁ ନିଜେ ପୂର୍ବରୁ କଣ୍ଠଦାନ କରିଥିବା ଶ୍ରୀ ଜଗନ୍ନାଥଙ୍କ ଭଜନ ‘ତୋ ଆଗରେ କିଛି ଧୂପ’ ପରିବେଷଣ ଆରମ୍ଭ କରିବା ପୂର୍ବରୁ ମଞ୍ଚରେ ଜୋତା ଓହ୍ଲାଇ ଜଗନ୍ନାଥଙ୍କୁ ନମନ କରିଥିଲେ । ଏହାପରେ ‘ପୁଚୁକି ଗାଲି, ଫେସନ ବାଲି’ ଏବଂ ‘ସୁନେଲି ସୁନେଲି ଖରା’ ଆଦି ହିଟ ଓଡିଆ ଗୀତ । ଯାହା ଓଡିଆ ସଙ୍ଗୀତପ୍ରେମୀ ଓ ବିଶେଷ ଭାବେ ସୋନୁଙ୍କ ପ୍ରଶଂସକଙ୍କୁ ମତୁଆଲା କରିଥିଲା ।