Pratidin TV

Odisha's Digital News Platform

ପୃଥିବୀରୁ ଲୋପ ପାଇଯିବ ମାନବ ପ୍ରଜାତି, ଅକ୍ଟୋପସ୍ କରିବ ପୃଥିବୀରେ ରାଜ୍ !

1 min read

 ପୃଥିବୀରୁ ଲୋପ ପାଇବ ମାନବ ପ୍ରଜାତି! ଏପରି ଏକ ସମୟ ଆସିବ ଯେବେ ଆଉ ଜନ୍ମ ହେବେନି ମଣିଷ ।ତେବେ ଏହି ସମୟରେ ପୃଥିବୀରେ କିଏ କରିବ ରାଜୁତି ।ମଣିଷ ଜାତି ଲୋପ ପାଇଗଲେ ପୃଥିବୀରେ ବଞ୍ଚିବେ କେଉଁ ପ୍ରାଣୀ  ।ମାନବ ଅନୁପସ୍ଥିତିରେ ଉନ୍ନତ ସଭ୍ୟତା ବିକଶିତ କରିବା ନିମନ୍ତେ କେଉଁ ଜୀବ ମାନଙ୍କର ରହିଛି ଦକ୍ଷତା । ଏହି ପ୍ରସଙ୍ଗରେ ବୈଜ୍ଞାନିକ ମାନେ କରିଛନ୍ତି ପୂର୍ବାନୁମାନ।

ଯଦି କେବେ ଯୁଦ୍ଧ କିମ୍ୱା ଜଳବାୟୁ ପରିବର୍ତ୍ତନ ଭଳି ମହାସଂକଟର ସମ୍ମୁଖୀନ ହୋଇ ମାନବ ପ୍ରଜାତି ଲୋପ ପାଇଯାଏ, ତେବେ ପୃଥିବୀରେ ଅକ୍ଟୋପସ୍‌ମାନେ ରାଜୁତି କରିବେ ବୋଲି କେତେକ ଅଗ୍ରଣୀ ବୈଜ୍ଞାନିକ କହୁଛନ୍ତି। ସେମାନଙ୍କର ଧୀଶକ୍ତି, ଦକ୍ଷତା ଓ ନୂତନ ପରିବେଶରେ ଖାପ ଖାଇ ଚଳିବା ଭଳି ଗୁଣ ହିଁ ସେମାନଙ୍କୁ ଉନ୍ନତ ସଭ୍ୟତା ବିକାଶକାରୀ ପ୍ରାଣୀରେ ପରିଣତ କରିଥାଏ। ଅକ୍ସ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ଜୀବବିଜ୍ଞାନୀ ପ୍ରଫେସର୍‌ ଟିମ୍‌ କୋଲ୍‌ଜନ୍‌ଙ୍କ ମତରେ, ଉପଯୁକ୍ତ ପାରିବେଶିକ ପରିସ୍ଥିତିଆସିଲେ ମାନବ ଭଳି ଅକ୍ଟୋପସ୍‌ମାନେ ବି ଯନ୍ତ୍ରପାତି ଓ ପ୍ରଯୁକ୍ତିର ବିକାଶ କରି ଜଳତଳ ନଗରୀ ନିର୍ମାଣ କରିପାରିବେ।ରିପୋର୍ଟ ଅନୁସାରେ, କେତେକ ବିଶେଷ ଗୁଣ ଯୋଗୁଁ ଅକ୍ଟୋପସ୍‌ମାନେ ଅନ୍ୟ ଜୀବଙ୍କଠାରୁ ନିଆରା।ମାନବ ଅନୁପସ୍ଥିତିରେ ଉନ୍ନତ ସଭ୍ୟତା ବିକଶିତ କରିବା ନିମନ୍ତେ ଅକ୍ଟୋପସ୍‌ମାନଙ୍କର ଯଥେଷ୍ଟ ଦକ୍ଷତା ଅଛି। ସମସ୍ୟା ସମାଧାନ ସାମର୍ଥ୍ୟ, ବିକେନ୍ଦ୍ରିତ ସ୍ନାୟୁଚକ୍ର ଓ କୌଣସି ଜିନିଷକୁ ଆଂଶିକ ପରିବର୍ତ୍ତନ କରିବାର ଦକ୍ଷତା ଯୋଗୁଁ ସେମାନେ ଅପ୍ରୀତିକର ପରିବେଶରେ ତିଷ୍ଠି ରହିପାରିବେ।

Advertisement

ସମସ୍ୟା ସମାଧାନ ସାମର୍ଥ୍ୟ, ବିକେନ୍ଦ୍ରିତ ସ୍ନାୟୁଚକ୍ର ଓ କୌଣସି ଜିନିଷକୁ ଆଂଶିକ ପରିବର୍ତ୍ତନ କରିପାରୁଥିବାର ଦକ୍ଷତା ସୂଚାଉଛି ଯେ, ସେମାନେ ଅପ୍ରୀତିକର ପରିବେଶରେ ତିଷ୍ଠି ରହିପାରିବେ। କଙ୍କାଳ ନ ଥିବାରୁ ସେମ‌ାନେ ଭୂଇଁରେ ଯାଇ ବସବାସ କରିପାରିବେ ନାହିଁ ସତ, କିନ୍ତୁ କିଛି ସମୟ ପାଣିରୁ ବାହାରି ଚଳପ୍ରଚଳ କରିପାରିବେ। ଏଥିପାଇଁ ସେମାନେ ଅବଶ୍ୟ ଉନ୍ନତଧରଣର ଶ୍ବାସକ୍ରିୟା ସମ୍ପାଦନ ଉପକରଣ ବିକଶିତ କରିବାର ଉପାୟ ବାହାର କରିବେ। କାରଣ, ସମୁଦ୍ର ଭିତରେ ଏବେ ମଧ୍ୟ ସେମାନେ ବିଭିନ୍ନ ଉପକରଣ ବ୍ୟବହାର କରିପାରୁଛନ୍ତି। ଏହାଛଡ଼ା, ପ୍ରତିକୂଳ ଓ ଜଟିଳ ପରିସ୍ଥିତିରେ ବି ସେମାନେ ଗଭୀର ସମୁଦ୍ରଠାରୁ ଆରମ୍ଭ କରି ଉପକୂଳବର୍ତ୍ତୀ ଜଳରାଶିରେ ତିଷ୍ଠି ରହିପାରୁଛନ୍ତି।ପ୍ରଫେସର୍‌ କୋଲ୍‌ଜନ୍‌ କହିଛନ୍ତି, ପ୍ରାଧାନ୍ୟ ବିସ୍ତାରକାରୀ ପ୍ରଜାତି ଭାବେ ଅକ୍ଟୋପସ୍‌ର ଉତ୍‌ଥାନ ହୋଇପାରେ ବୋଲି ଯାହା କୁହାଯାଇଛି, ତାହା କଳ୍ପନା ମାତ୍ର। ଅଗଣିତ ଛୋଟବଡ଼ ପରିବର୍ତ୍ତନ, ଆକସ୍ମିକ ଗୁଣସୂତ୍ର ରୂପାନ୍ତରଣ ଓ ବିଲୁପ୍ତୀକରଣ କାରଣରୁ ବିବର୍ତ୍ତନ ସବୁବେଳେ ଅନିଶ୍ଚିତ। କିନ୍ତୁ, ମାନବ ପ୍ରଭାବ ଅନୁପସ୍ଥିତିରେ ଉନ୍ନତ ସଭ୍ୟତା ବିକଶିତ କରିବା ନିମନ୍ତେ ଅକ୍ଟୋପସ୍‌ମାନଙ୍କର ଯଥେଷ୍ଟ ଦକ୍ଷତା ଅଛି।

Leave a Reply

Your email address will not be published. Required fields are marked *