(ଭିଡିଓ)ପିଲାଙ୍କ ଭାଗ୍ୟ ବଦଳାଉଛନ୍ତି ଭାଗ୍ୟଶ୍ରୀ , ଅନେକଙ୍କ ପାଇଁ ସାଜିଲେ ‘ଆଶାର ଆଲୋକ’ ..
1 min readଜୟପୁର : ଡ୍ରପଆଉଟ ଛାତ୍ରୀଙ୍କ ଭାଗ୍ୟ ବଦଳାଉଛନ୍ତି ଭାଗ୍ୟଶ୍ରୀ । ରାଜସ୍ଥାନ ଜୟପୁରର ବାସିନ୍ଦା ଭାଗ୍ୟଶ୍ରୀ ସୋନି । ଏବେ ଅନେକ ଝିଅ ମାଟ୍ରିକ ପରୀକ୍ଷାରେ ସଫଳ ହେବା ସହିତ ଆୟକାରୀ କାର୍ଯ୍ୟଗୁଡିକରେ ଯୋଡି ହୋଇଛନ୍ତି ।ମହିଳା ଓ ଶିଶୁ ବିକାଶ କର୍ମୀ ଭାବେ ତିଆରି କରିଛନ୍ତି ନିଜର ଏକ ନିଆରା ପରିଚୟ ।
ଭାଗ୍ୟଶ୍ରୀ ନିଜର ଏକ ଅଭିଯାନ ଆରମ୍ଭ କରି ରାଜ୍ୟର ଅଢେଇ ହଜାରରୁ ଅଧିକ ସ୍କୁଲ ଡ୍ରପ ଆଉଟ ଛାତ୍ରୀଙ୍କୁ ବିଦ୍ୟାଳୟ ଫେରାଇ ଆଣିବା ସହିତ ସେମାନଙ୍କ ଆର୍ଥିକ ରୋଜଗାରର ବାଟ ବାହାର କରିଛନ୍ତି । ଏଭଳି କାମ ପାଇଁ ସେ ରାଜ୍ୟରେ ‘ଅଦେଖା ତାରକା’ ନାଁରେ ଏକ ଅଭିଯାନ ହାତକୁ ନେଇ ସଫଳ ହୋଇଛନ୍ତି । ଚିହ୍ନଟ ଛାତ୍ରୀ ମାନଙ୍କୁ ଆବାସିକ ଭାବେ ରଖାଯିବା ସହିତ ନିୟମିତ ବିଦ୍ୟାଳୟ ଗୁଡିକରେ ସେମାନଙ୍କ ନାଁ ଲେଖାଇ ଦିଆଯାଇଛି । ଛୁଟି ଦିନଗୁଡ଼ିକରେ ସେମାନଙ୍କ ଆଗ୍ରହ ଓ ସାମାଜିକ ଗ୍ରହଣୀୟତା ଆଧାରରେ ରୋଜଗାରକ୍ଷମ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।
ଭାଗ୍ୟଶ୍ରୀଙ୍କ ଅଦେଖା ତାରକା ଅଭିଯାନରେ ବହୁ ଶିକ୍ଷକ ,ଅଧ୍ୟାପକ ,ଡାକ୍ତର ,ଇଂଜିନିୟର ,ସମାଜବିଜ୍ଞାନୀ ଓ ଅଧିବକ୍ତା ସାମିଲ ହୋଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଅର୍ଥକୁ ଉପଯୋଗ କରି ଭାଗ୍ୟଶ୍ରୀ ଓ ତାଙ୍କର ସହଯୋଗୀ ଆଦିବାସୀ ବହୁଳ ଅଂଚଳ ଡୁଙ୍ଗରପୁର ,ବାଂଶଵାଡା ,ଉଦୟପୁର ,ଅଜମେର ଓ ଜୟପୁର ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତି କାରଣରୁ ବିଦ୍ୟାଳୟ ଛାଡିଥିବା ଛାତ୍ରୀ ମାନଙ୍କୁ ପ୍ରବର୍ତ୍ତାଇ ପୁଣି ବିଦ୍ୟାଳୟକୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି ।