ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ ଘୋଷଣା , ଏଣିକି ମହାନଦୀ ପଠାରେ ବର୍ଷ ତମାମ ଚାଲିବ ବାଲିଯାତ୍ରା ।
1 min readବାଲିଯାତ୍ରା –ଏସିଆର ବଡ ପର୍ବ । ଆଉ ବର୍ଷରେ ଥରେ ଏହି ଦିନକୁ ଚାହିଁ ରହିଥାନ୍ତି ପୁରା ଓଡିଶାବାସୀ । ଖାଲି ଓଡିଶା କାହିଁକି ଦେଶ ବିଦେଶରୁ ମଧ୍ୟ ଏହି କଟକ ବାଲିଯାତ୍ରାକୁ ଛୁଟିଥାଏ ଭିଡ । ତେବେ ଏହି ବାଲିଯାତ୍ରାକୁ ନେଇ ଏକ ବଡ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟାରେ ଗତ ରାତିରେ ବାଲି ଯାତ୍ରା ପରିଦର୍ଶନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଅବସରରେ ସେ କହିଛନ୍ତି, ଖୁବଶୀଘ୍ର ଆରମ୍ଭ ହେବ ମହାନଦୀ ରିଭର ଭିୟୁ ଫ୍ରଣ୍ଟ କାମ। ଆଉ ମହାନଦୀ ପଠାରେ ବର୍ଷ ତମାମ ଚାଲିବ ମିନି ବାଲିଯାତ୍ରା । ଚିତ୍ତବିନୋଦନ ପାଇଁ ହେବ ସ୍ଥାୟୀ ପ୍ରକଳ୍ପ । ଆମ୍ୟୁଜମେଣ୍ଟ ପାର୍କ, ବ୍ୟାପକ ଗଛ ଲଗାଯିବ । ଏଥିସହ ଫୁଟପାଥ, ଛୋଟପିଲାଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା ମଧ୍ୟ ରହିବ। ଆଉ ବର୍ଷକରେ ଥରେ ପୂର୍ଣ୍ଣ ବାଲିଯାତ୍ରା ହେବ ।