Pratidin TV

Odisha's Digital News Platform

BCCI ରୁ ବ୍ରେକ୍ ନେଲେ ଅକ୍ସର : ଖୁବ୍‌ଶୀଘ୍ର ଧରିବେ ପ୍ରେମିକାଙ୍କ ହାତ ..

1 min read

ନୂଆଦିଲ୍ଲୀ : ବ୍ରେକ୍ ନେଲେ ଅକ୍ସର । ଖୁବ୍‌ଶୀଘ୍ର ଧରିବେ ପ୍ରେମିକାଙ୍କ ହାତ । ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ବିସିସିଆଇରୁ ନେଲେ ଛୁଟି । କେ.ଏଲ ରାହୁଲଙ୍କ ସହ ଦଳର ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ ମଧ୍ୟ ଚଳିତ ମାସରେ ନ୍ୟୁଜ୍‌ଲ୍ୟାଣ୍ଡ
ବିପକ୍ଷ ଘରୋଇ ଦିନିକିଆ ଏବଂ ଟି-୨୦ ସିରିଜରୁ ବିସିସିଆଇରୁ ଛୁଟି ନେଇଛନ୍ତି । ଏହି ସମୟରେ କେ.ଏଲ୍ ରାହୁଲ ବିବାହ କରିବେ, ଅକ୍ସର ପଟେଲ ମଧ୍ୟ ଏହି ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ମେହା ପଟେଲଙ୍କୁ ବିବାହ କରିବେ । ଖବର ଅନୁଯାୟୀ ଅକ୍ସର ପଟେଲ ଜାନୁଆରୀ ଶେଷ ସପ୍ତାହରେ ବିବାହ କରିବେ ।

ନ୍ୟୁଜ୍‌ଲ୍ୟାଣ୍ଡ ବିପକ୍ଷ ଟି -୨୦ ଏବଂ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରୁଥିବାବେଳେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ କେଏଲ ରାହୁଲ ଏବଂ ଅକ୍ସର ପଟେଲ ପାରିବାରିକ ପ୍ରତିଶ୍ରୁତି କାରଣରୁ ଚୟନ ପାଇଁ ଉପଲବ୍ଧ ନଥିଲେ । ଅକ୍ସର ପଟେଲ ଏବଂ ମେହା ପଟେଲ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ । ଗତ ବର୍ଷ ଜାନୁୟାରୀ ୨୦, ୨୦୨୨ ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ବର୍ତମାନ ଉଭୟ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ଉଭୟଙ୍କ ବିବାହ ତାରିଖ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। କିନ୍ତୁ ବିଶ୍ୱାସ କରାଯାଏ ଯେ ଅକ୍ସର ପଟଲେ କେବଳ ତାଙ୍କ ବିବାହ କାରଣରୁ ବିସିସିଆଇ ଛୁଟି ପାଇଁ ଆବେଦନ କରିଥିଲେ । କୁହାଯାଉଛି ଯେ ଯେଉଁ ସମୟରେ ଟିମ୍ ଇଣ୍ଡିଆ ନ୍ୟୁଜ୍‌ଲ୍ୟାଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବ, ସେତେବେଳେ ଅକ୍ସର ପଟଲେ ଗର୍ଲଫ୍ରେଣ୍ଡ ମେହା ପଟେଲଙ୍କ ସହ ବିବାହ ବନ୍ଧନରେ ବନ୍ଧି ହେବେ । ମେହା ବୃତିରେ ଜଣେ ନ୍ୟୁଟ୍ରିଶିୟାନିଷ୍ଟ । ସେ ସୋସିଆଲ ମିଡିଆରେ ଡାଏଟ୍ ପ୍ଲାନ୍ ଶେୟାର କରିଥାନ୍ତି । ଦୀର୍ଘଦିନରୁ ସେ ଅକ୍ଷରଙ୍କୁ ଡେଟ୍ କରି ଆସୁଥିଲେ । ଗର୍ଲଫ୍ରେଣ୍ଡ ମେହା ପଟେଲଙ୍କ ହାତରେ ଅକ୍ସର ପଟେଲଙ୍କ ନାମର ଏକ ଟାଟୁ ମଧ୍ୟ ରହିଛି ।

Advertisement

Leave a Reply

Your email address will not be published. Required fields are marked *