ଛାଡପତ୍ର ପରେ ଫ୍ୟାନ୍ସଙ୍କୁ ଦେଲେ ନିଜର ସଫଳତା ଖୁସି ଖବର ; ସେୟାର କଲେ ପ୍ରଥମ ପୋଷ୍ଟ
1 min readପ୍ରସିଦ୍ଧ ସଂଗୀତକାର ଏଆର ରେହମାନ ଏବେ ତାଙ୍କ ଛାଡ଼ପତ୍ରକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି | ତେବେ ସେ ୨୯ ବର୍ଷରପୁରୁଣା ସମ୍ପର୍କକୁ ଶେଷ କରିଛନ୍ତି | ରେହମାନ ତାଙ୍କ ପତ୍ନୀ ସାଇରା ବାନୁଙ୍କୁ ଛାଡ଼ପତ୍ର ଦେଦଇଛନ୍ତି | ତେବେ ତାଙ୍କର ଛାଡ଼ପତ୍ର ନେବାର କାରଣ ବ୍ୟକ୍ତିରେଟ ବୋଲି ସସେକହିଛନ୍ତି | ଏହି ମଧ୍ୟରେ ସେ ତାଙ୍କ ଫ୍ୟାନ୍ସଙ୍କୁ ଖୁସି ଦେଇଛନ୍ତି | ଛାଡପତ୍ର ପରେ ନିଜର ରଥମ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଖୁସି କରାଇଛନ୍ତି |
ତେବେ ଶୁକ୍ରବାର ଦିନ ରେହମାନ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି | ସେ ଏକ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି, ତାଙ୍କ ଚଳଚ୍ଚିତ୍ର ‘ଦ ଗୋଟ ଲାଇଫ ‘ ପାଇଁ ହଲିଉଡ ମ୍ୟୁଜିକ୍ ଇନ୍ ମିଡିଆ ପୁରସ୍କାର (HMMA) ରେ ‘ଶ୍ରେଷ୍ଠ ସ୍କୋର’ ପୁରସ୍କାର ପାଇଛନ୍ତି। ଏହି ସମ୍ମାନ ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଏହାକୁ ତାଙ୍କ ଦଳ ଏବଂ ପ୍ରଶଂସକଙ୍କୁ ଉତ୍ସର୍ଗ କରିଥିଲେ । ରେହମାନର ପ୍ରଶଂସକମାନେ ତାଙ୍କୁ ଏହି ପୋଷ୍ଟରେ ଅଭିନନ୍ଦନ ଜଣାଇଛନ୍ତି।
ପୁରସ୍କାର ଜିତିବା ପରେ ରେହମାଁ କହିଛନ୍ତି, ମୁଁ ଗର୍ବିତ ଅନୁଭବ କରୁଛି। ‘ଦ ଗୋଟ ଲାଇଫ’ ପାଇଁ ଏହି ପୁରସ୍କାର ପାଇବା ଏକ ଗୌରବର ବିଷୟ। ମୁଁ ଏହି ପୁରସ୍କାର ମୋ ଟିମ୍ ଏବଂ ସମସ୍ତ ସମର୍ଥକଙ୍କୁ ଉତ୍ସର୍ଗ କରୁଛି।