Pratidin TV

Odisha's Digital News Platform

ବରଫରେ ଢାଙ୍କି ହୋଇଛି କଙ୍ଗନାଙ୍କ ଘର , ଫଟୋ ସେୟାର କରି ଏଭଳି ଲେଖିଲେ କଙ୍ଗନା ..

1 min read

ମନାଲି : ଭାଇରାଲ ହେଉଛି କଙ୍ଗନାଙ୍କ ବରଫ ଚାଦରରେ ଢାଙ୍କି ହୋଇଥିବା ଘରର ଫଟୋ । ତୁଷରପାତର ସୁନ୍ଦର ଫଟୋ ଶେୟାର କରିଛନ୍ତି ନିଜେ କଙ୍ଗନା । ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରଶଂସକମାନଙ୍କୁ ମକର ସଂକ୍ରାନ୍ତି ଅବସରରେ ଅଭିନନ୍ଦନ ଜଣାଇବା ସହ ତାଙ୍କ ମନାଲିସ୍ଥିତ ଘରର ଫଟୋ ଶେୟାର କରିଛନ୍ତି । ଘର ବରଫରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି । ତାଙ୍କ ଘର ଚାରିପାଖରେ ଯେପରି ବରଫର ଧଳା ଚାଦର ପଡ଼ିଛି ।

କଙ୍ଗନା ୨୦୧୯ରେ ମନାଲିରେ ଥିବା ଏହି ବଙ୍ଗଳାକୁ ନବୀକରଣ କରିଥିଲେ । ସେବେଠାରୁ ସେ ଅଧିକାଂଶ ସମୟ ଏଠାରେ ବିତାଇଥା’ନ୍ତି ।ତୁଷାରପାତ ସମୟରେ କଙ୍ଗନା ଘରର ସୁନ୍ଦର ଫଟୋ ଶେୟାର କରି କହିଛନ୍ତି, ସେ ତାଙ୍କ ମା’ଙ୍କ ଦ୍ୱାରା ପ୍ରସ୍ତୁତ ରାଶି ଏବଂ ହଳଦୀ ଲଡୁକୁ ବହୁତ ମିସ୍ କରୁଛନ୍ତି । ଅନ୍ୟ ଏକ ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ତାଙ୍କ ପିତାଙ୍କ ଦ୍ୱାରା ପ୍ରସ୍ତୁତ ପାହାଡ଼ି ମାଂସକୁ ବି ମିସ୍ କରୁଛନ୍ତି ।

Advertisement

ତୁଷାରପାତ ସମୟରେ କଙ୍ଗନାଙ୍କ ଏହି ଘର ଆହୁରି ସୁନ୍ଦର ଦେଖାଯାଉଛି । କଙ୍ଗନା ଫଟୋଗୁଡ଼ିକୁ ଶେୟାର କରି ଲେଖିଛନ୍ତି, ଏହି ଶୀତ ଋତୁରେ ମଧ୍ୟ ଘରେ ମା’ ଙ୍କ ଦ୍ୱାରା ପ୍ରସ୍ତୁତ ଲଡୁ ନ ଖାଇ ଚାଲିବ । ଏବେ କଙ୍ଗନା ତାଙ୍କର ଆଗାମୀ ଫିଲ୍ମ ‘ଇମରଜେନ୍ସି’କୁନେଇ ବ୍ୟସ୍ତ ଅଛନ୍ତି ।

Leave a Reply

Your email address will not be published. Required fields are marked *