ରାଷ୍ଟ୍ରପତିଙ୍କ ଜରୁରୀ ନିର୍ଦ୍ଦେଶନାମାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କଲେ କର୍ମଚାରୀ
1 min readନୂଆଦିଲ୍ଲୀ : ଇଣ୍ଡୋନେସିଆରେ ବିଶାଳ ବିକ୍ଷୋଭ । ରାଜ୍ୟପାଳଙ୍କ ଜରୁରୀ ନିର୍ଦ୍ଦେଶନାମାକୁ ବିରୋଧ କରି ହଜାର ହଜାର କର୍ମଚାରୀଙ୍କ ଜାକର୍ତାରେ ବିକ୍ଷୋଭ ପ୍ରଦର୍ଶନ । ପାର୍ଲାମେଂଟ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମାକୁ ରଦ୍ଦ କରୁ ବୋଲି କରିଛନ୍ତି ଦାବି । ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଗତ ମାସରେ ଦେଶର ବିବାଦୀୟ ନିଯୁକ୍ତି ଆଇନ ସ୍ଥାନରେ ଏକ ଜରୁରୀ ନିର୍ଦ୍ଦେଶନାମା ଜାରି କରିଥିଲେ ।
ଏହି ନିର୍ଦ୍ଦେଶନାମା କର୍ମଚାରୀମାନଙ୍କ ଅଧିକାର ଓ ପରିବେଶ ସୁରକ୍ଷାକୁ ଶେଷ କରିଦେବ ବୋଲି ବିରୋଧୀ ସମାଲୋଚନା କରିଛନ୍ତି । ରାଜ୍ୟପାଳଙ୍କ ଜରୁରୀ ନିର୍ଦ୍ଦେଶନାମାକୁ ବିରୋଧ କରି ହଜାର ହଜାର କର୍ମଚାରୀ ଇଣ୍ଡୋନେସିଆ ରାଜଧାନୀ ଜାକର୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପାର୍ଲାମେଂଟ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମାକୁ ରଦ୍ଦ କରୁ ବୋଲି ସେମାନେ ଦାବି କରିଛନ୍ତି । ୨୦୨୦ ନିଯୁକ୍ତି ସୃଷ୍ଟି ଆଇନ ତ୍ରୁଟିପୂର୍ଣ୍ଣ ବୋଲି ପୂର୍ବରୁ ସାମ୍ବିଧାନିକ ଅଦାଲତ ରାୟ ଦେଇଥିଲେ । ଆଇନ ପ୍ରଣୟନ ପୂର୍ବରୁ ସର୍ବସାଧାରଣଙ୍କ ଯଥେଷ୍ଟ ପରାମର୍ଶ ନିଆଯାଇ ନ ଥିଲା । ନଭେମ୍ବର ସୁଦ୍ଧା ନବୀକରଣ ପ୍ରକ୍ରିୟା ଶେଷ କରିବାକୁ ଅଦାଲତ ଏମ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ରାଷ୍ଟ୍ରପତି ନିର୍ଦ୍ଦେଶନାମା ବଳରେ ଉକ୍ତ ତ୍ରୁଟିପୂର୍ଣ୍ଣ ନିଯୁକ୍ତି ଆଇନକୁ ସରକାର କାର୍ଯ୍ୟକାରୀ କରିବାକୁ ଯାଉଥିବା ବିକ୍ଷୋଭକାରୀ ଡାମର ପାନ୍କା ମୁଲିଆ କହିଛନ୍ତି । ଏହା କର୍ମଚାରୀମାନଙ୍କ କଲ୍ୟାଣକାରୀ ଯୋଜନାକୁ ସଂକୁଚିତ କରିବା ସହ ଶ୍ରମିକ ସୁରକ୍ଷା ହ୍ରାସ କରିବ । ଏଥିଯୋଗୁ କୃଷି, ପରିବେଶ ଆଦି ବିଭିନ୍ନ ସେକ୍ଟର କ୍ଷତିଗ୍ରସ୍ତ ହେବା ସହ ମହିଳାଙ୍କ ସୁରକ୍ଷା ପ୍ରଭାବିତ ହେବ । ଶ୍ରମିକମାନଙ୍କ କଲ୍ୟାଣ ବଢ଼ାଇ ନିଯୁକ୍ତି ସୃଷ୍ଟି କରାଯିବା ଆବଶ୍ୟକ । କିନ୍ତୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ଏହା ବିରୋଧରେ ଯାଉଥିବାରୁ କର୍ମଚାରୀମାନେ ଏହାର ପ୍ରତିବାଦ କରିଛନ୍ତି । ସେମାନେ ଆଉଟ୍ସୋର୍ସିଂକୁ ବିରୋଧ କରିଛନ୍ତି । ଜରୁରୀ ସ୍ଥିତି ନ ଥିବାବେଳେ ନିଯୁକ୍ତି ସୃଷ୍ଟିରେ ଜରୁରୀ ନିର୍ଦ୍ଦେଶନାମା ଗ୍ରହଣୀୟ ନୁହେଁ ବୋଲି ବିକ୍ଷୋଭକାରୀ କହିଛନ୍ତି । ଏଭଳି ନିର୍ଦ୍ଦେଶନାମା ଶ୍ରମିକମାନଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି କରିବ । ସେମାନଙ୍କୁ ଯେକୌଣସି ସମୟରେ ସହଜରେ ଚାକିରିରୁ ବାହାର କରିଦିଆଯାଇ ପାରିବ ବୋଲି ଜୋକୋ ହେରିଓନୋ କହିଛନ୍ତି । ନିର୍ଦ୍ଦେଶନାମାରେ ଆଉଟିସୋର୍ସିଂ ଏବଂ ସର୍ବନିମ୍ନ ମଜୁରି ନିୟମାବଳୀ ଚିନ୍ତାଜନକ ପ୍ରସଙ୍ଗ ବୋଲି ଲେବର ପାର୍ଟି ଅଧ୍ୟକ୍ଷ ସଏଦ୍ ଇକ୍ବାଲ କହିଛନ୍ତି।