ନୂଆ ବର୍ଷରେ ସରକାରଙ୍କ ଉପହାର; କେନ୍ଦ୍ର କର୍ମଚାରୀଙ୍କ ବଢ଼ିବ ୧୮୬% ଦରମା
1 min readନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କ ଆପି ବଡ ଉପହାର | ବଢିବ ଦରମା | ତେବେ ସପ୍ତମ ବେତନ ଆୟୋଗ କାର୍ଯ୍ୟକାରୀ ହେବାର 8 ବର୍ଷ ବିତିଗଲାଣି | ଏହି ଅବଧି ମଧ୍ୟରେ ମୁଦ୍ରାସ୍ଫୀତି ଦୁଇରୁ ତିନି ଗୁଣ ବୃଦ୍ଧି ପାଇଛି, ତେଣୁ ସରକାରୀ କର୍ମଚାରୀମାନେ ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ କରିବାକୁ ଦୀର୍ଘ ସମୟ ଧରି ଦାବି କରିଆସୁଛନ୍ତି। ସରକାରୀ କର୍ମଚାରୀଙ୍କ ଏହି ଅପେକ୍ଷା ଶୀଘ୍ର ଶେଷ ହୋଇପାରେ |
ଯଦି ସବୁକିଛି ଠିକ ହୁଏ ତେବେ କେନ୍ଦ୍ର ସରକାର ଏହି ବଜେଟରେ ଅଷ୍ଟମ ବେତନ ସ୍କେଲ ଘୋଷଣା କରିପାରନ୍ତି । ଯାହା ପରେ ସରକାରୀ କର୍ମଚାରୀଙ୍କ ମୋୖଳିକ ଦରମା ୧୮ଚ ପ୍ରତିଶତ ବୃଦ୍ଧି ପାଇବ | ଏହା ସହିତ, ଯେଉଁମାନେ ପେନସନଭୋଗୀ ଅଛନ୍ତି ସେମାନଙ୍କ ପେନ୍ସନ୍ରେ ଯଥେଷ୍ଟ ବୃଦ୍ଧି ଘଟିବ |
୮ମ ବେତନ କମିସନ ଗଠନକୁ ନେଇ କର୍ମଚାରୀ ଆଶାୟୀ ରହିଥିବାବେଳେ ଏନେଇ ଦରମା ଆକଳନ କରାଯାଇଛି। ଆକଳନ ଅନୁଯାୟୀ ୮ ବେତନ କମିସନରେ ସରକାରୀ କର୍ମଚାରୀଙ୍କ ମୂଳ ଦରମାରେ ୧୮୬% ବୃଦ୍ଧି ହେବ। ଯାହାଦ୍ୱାରା ଜଣେ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ୫୧,୪୮୦ ଟଙ୍କାକୁ ବୃଦ୍ଧି ପାଇବ। ଏବେ ଜଣେ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ୧୮,୦୦୦ ଟଙ୍କା ରହିଛି। ୮ମ ବେତନ କମିସନରେ ୨.୮୬ ଫିଟମେଣ୍ଟ ଫ୍ୟାକ୍ଟର ଲାଗି ସୁପାରିସ କରାଯିବାର ସମ୍ଭାବନା ରହିଛି। ସେହିପରି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ପେନସନ ୨୫,୭୪୦ ଟଙ୍କାକୁ ବୃଦ୍ଧି ପାଇବ। ଏବେ ସର୍ବନିମ୍ନ ପେନସନ ୯୦୦୦ ଟଙ୍କା ରହିଛି।
ନୂତନ ପେ କମିଶନ ଗଠନ ପାଇଁ କୌଣସି ଅଫିସିଆଲ୍ ତାରିଖ ଘୋଷଣା କରାଯାଇ ନାହିଁ, କିନ୍ତୁ ପରବର୍ତ୍ତୀ ବଜେଟ୍ 2025-26 ରେ ଏହା ଘୋଷଣା କରାଯାଇପାରେ ବୋଲି ମିଡିଆ ରିପୋର୍ଟରେ ଦର୍ଶାଯାଇଛି। ତେବେ ପୂର୍ବ ବଜେଟ୍ 2024-25 ରେ ମଧ୍ୟ ଏହି ଦାବି କରାଯାଇଥିଲା ଏବଂ କର୍ମଚାରୀ ସଂଘ ସେମାନଙ୍କ ଦାବି ସହିତ କ୍ୟାବିନେଟ୍ ସଚିବ ଏବଂ ଅର୍ଥ ମନ୍ତ୍ରଣାଳୟ ନିକଟକୁ ଯାଇଥିଲେ।
ତେବେ ପ୍ରତି ୧୦ବର୍ଷରେ ବେତନ କମିଶନ ବସାଯାଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଫିଟମେଣ୍ଟ କରାଯାଇଥାଏ। ୭ମ ବେତନ କମିସନ କାର୍ଯ୍ୟକାରୀ କରିବା ଲାଗି ମନମୋହନ ସିଂହଙ୍କ ନେତୃତ୍ବାଧୀନ ସରକାର ୨୦୧୪ ଫେବୃଆରୀରେ କମିସନ ଗଠନ କରାଇଥିଲେ। ୨୦୧୬ରେ ୭ମ ବେତନ କମିସନ ଲାଗୁ ହୋଇଥିଲା। ସେହି ଆଧାରରେ ୨୦୨୬ରେ ଅଷ୍ଟମ ବେତନ କମିସନ ଲାଗୁ କରିବା ଲାଗି ଏବେ ଠାରୁ କମିସନ ଗଠନ କରାଯିବାର ଆବଶ୍ୟକତା ରହିଛି।