ଶୀତରେ ବଢୁଛି ଆଣ୍ଠୁ ଯନ୍ତ୍ରଣା , ଏହି ୫ ଘରୋଇ ଉପାୟ କରି ପାଆନ୍ତୁ ମୁକ୍ତି ।
1 min readଶୀତଦିନେ ଗଣ୍ଠିରେ ଯନ୍ତ୍ରଣା ଏବଂ ଫୁଲା ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ । ଗଣ୍ଠିରେ ଯନ୍ତ୍ରଣା ହେତୁ ଚାଲିବାରେ ମଧ୍ୟ ଅସୁବିଧା ହୁଏ । ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ଔଷଧର ସାହାଯ୍ୟ ନେଇପାରିବେ, କିନ୍ତୁ ଥରେ ଔଷଧର ପ୍ରଭାବ ବନ୍ଦ ହୋଇଗଲେ ଯନ୍ତ୍ରଣା ବଢିପାରେ । ଏପରି ପରିସ୍ଥିତିରେ, ଆପଣ ଏହି ଯନ୍ତ୍ରଣାର ଚିକିତ୍ସା ପାଇଁ ଘରୋଇ ଉପଚାର ଗ୍ରହଣ କରିପାରିବେ ।
ହଳଦୀ-ସୋରିଷ ତେଲ
ହଳଦୀ ରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି । ସୋରିଷ ତେଲ ମଧ୍ୟ ଯନ୍ତ୍ରଣା ଉପଶମକାରୀ ଗୁଣରେ ପରିପୂର୍ଣ୍ଣ । ହଳଦୀ କୁ ସୋରିଷ ତେଲ ସହିତ ମିଶାଇ ସେଥିରେ ମାଲିସ୍ କରିବା ଦ୍ୱାରା ଆରାମ ମିଳିଥାଏ ।
ନୀଳଗିରୀ ତେଲ –
ନୀଳଗିରୀ ପତ୍ରର ତେଲରେ ଆଣ୍ଟିମାଇକ୍ରୋବାୟଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି, ଏହାର ବ୍ୟବହାର ଯନ୍ତ୍ରଣାକୁ ହ୍ରାସ କରିଥାଏ । ଏହି ତେଲ ସହିତ ପ୍ରଭାବିତ ସ୍ଥାନକୁ ମାଲିସ୍ କରନ୍ତୁ । ମାଲିସ୍ କରିବା ଦ୍ୱାରା ଯନ୍ତ୍ରଣାରୁ ତୁରନ୍ତ ଆରାମ ମିଳିବ ।
ଦାଲଚିନୀ ର ଫାଇଦା-ଦାଲଚିନୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି । ଏହା ଯନ୍ତ୍ରଣା ଏବଂ ଫୁଲା ଠାରୁ ମୁକ୍ତି ଦେଇଥାଏ । ଆପଣ ମସାଜ ପାଇଁ ତେଲରେ ମିଶ୍ରିତ ଦାଲଚିନୀ ଲଗାଇ ପାରିବେ ।
ଅଦା ଚା-
ଅଦା ଔଷଧିୟ ଗୁଣରେ ମଣିଷ ଶରୀର ପାଇଁ ଖୁବ୍ ଉପକାରୀ । ଆଣ୍ଠୁ ଯନ୍ତ୍ରଣା କମାଇବା ପାଇଁ ଆପଣ ଅଦାଚା ପିଇପାରିବେ ।
ଏକ୍ସରସାଇଜ୍ -ଯନ୍ତ୍ରଣା ଏବଂ ଫୁଲା କମାଇବା ପାଇଁ ନିୟମିତ ବ୍ୟାୟାମ କରିବା ଜରୁରୀ । ଏହା ଆପଣଙ୍କୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ ।