Pratidin TV

Odisha's Digital News Platform

ଶ୍ରୀଲଙ୍କାକୁ ୩୯୧ ରନ୍‌ର ଟାର୍ଗେଟ୍ ଦେଲା ଭାରତ ; ଫିଲଡ୍‌ରେ ମ୍ୟାଜିକ୍ ଦେଖାଇଲା ବିରାଟ୍ ଓ ଶୁବମନ୍‌ଙ୍କ ଧୁଆଁଦାର ଶତକ …

1 min read

ନୂଆଦିଲ୍ଲୀ : ଆଜି ଥିରୁବନନ୍ତପୁରମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ । ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଅପରାଜେୟ ଅଗ୍ରଣୀ ଥିବା ଟିମ ଇଣ୍ଡିଆ କ୍ଲିନସୁଇପ୍ ଲକ୍ଷ୍ୟରେ ରହିଛି । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିଂରେ ହିଁ ଆଜି ଫିଲଡ୍‌ରେ ମ୍ୟାଜିକ୍ ଦେଖାଇଛି ଟିମ୍ ଇଣ୍ଡିଆ । ଶୁବମନ ଗିଲ୍ ଓ ବିର।ଟ୍ କୋହଲିଙ୍କ ଧୂଆଁଧାର ଶତକ ଯୋଗୁ ତୃତୀୟ ଦିନିକିଆରେ ଶ୍ରୀଲଙ୍କା ଆଗରେ ୩୯୧ ରନ୍ ବିଜୟ ଲକ୍ଷ୍ୟ ରଖିଛି ଭାରତ।

ତେବେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ସମୟରେ ୫୦ ଓଭରରେ ୩୯୦ ୱିକେଟ ହରାଇ ୫ ରନ୍ କରିଥିଲା। ଅଧିନାୟକ ରୋହିତ ଶର୍ମା ୪୨ ରନ୍(୪୯ ବଲ୍, ୩ ଛକା, ୨ ଚୌକା), ଶୁବମନ ଗିଲ୍ ୧୧୬(୯୭ ବଲ୍, ୨ ଛକା ୧୪ ଚୌକା), ବିରାଟ କୋହଲି ଅପରାଜିତ ୧୬୬(୧୧୦ ବଲ୍, ୮ ଛକା, ୧୩ ଚୌକା), ଶ୍ରେୟସ ଆୟର ୩୮ ରନ୍(୩୨ ବଲ୍, ଗୋଟିଏ ଛକା, ୨ ଚୌକା), କେଏଲ୍ ରାହୁଲ ୭ ରନ୍, ସୂର୍ଯ୍ୟକୁମାର ଯାଦବ ୪ ରନ୍, ଅକ୍ଷର ପଟେଲ ଅପରାଜିତ ୨ ରନ୍ କରିଥିଲେ।

Advertisement

ଶ୍ରୀଲଙ୍କା ପକ୍ଷରୁ କାସୁନ ରଜିଥା ଓ ଲହିରୁ କୁମାର ୨ ଲେଖାଏଁ ୱିକେଟ ନେଇଥିବା ବେଳେ ଚାମିକା କରୁଣାରତ୍ନେ ଗୋଟିଏ ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *