ଫଡନଭିସଙ୍କ ମା’ଙ୍କ ଦାବି :ମୁଖ୍ୟମନ୍ତ୍ରୀ ହେବ ମୋ ପୁଅ !
1 min readମହାରାଷ୍ଟ୍ର ନିର୍ବାଚନ ଫଳାଫଳରେ ବାଜି ମାରିଛି ମହାୟୁତି। ବିଜେପି ନେତୃତ୍ବାଧୀନ ମହାୟୁତିକୁ ମିଳିଛି ବହୁୁମତ। ବିଜେପି ନେତୃତ୍ବାଧୀନ ମହାୟୁତି ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ଏକନାଥ ସିନ୍ଦେଙ୍କ ଶିବ ସେନା ଏବଂ ଅଜିତ ପାୱାରଙ୍କ ଏନସିପିର ହେଭି ୱେଟ୍ ନେତା ମାରିଛନ୍ତି ବାଜି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିଜୟୀ ହୋଇଛନ୍ତି।ତେବେ ଏହାରି ଭିତରେ ଚର୍ଚ୍ଚା ହେଉଛି ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।
ନିର୍ଵାଚନ ଜିତିବା ମାତ୍ରେ ସାଙ୍ଗେ ସାଙ୍ଗେ ନିଜ ମା’ଙ୍କୁ ଫୋନରେ ଫଳାଫଳ ବିଷୟରେ କହିଥିଲେ ଫଡନଭିସ ।ସେ କହିଥିଲେ,ମା’ ମୁଁ ସମସ୍ତ କାମ ସାରି ସନ୍ଧ୍ୟା ସୁଦ୍ଧା ତୁମ ପାଖକୁ ଆସୁଛି । ପୁଅର ବିଜୟ ଶୁଣିବା ପରେ ମା’ କହିଛନ୍ତି ମୋ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ। ସେ ୨୪ ଘଣ୍ଟା ପରିଶ୍ରମ କରୁଥିଲା। ଏବେ ସେ ରାଜ୍ୟର ଏକ ବଡ଼ ନେତା। ତେବେ ମୁଖ୍ୟମନ୍ତ୍ରୀ ଆସନ କୁ ନେଇ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, “ସିଏମ୍ଙ୍କ ମୁହଁ କୁ ନେଇ କୌଣସି ବିବାଦ ହେବ ନାହିଁ। ପ୍ରଥମ ଦିନରୁ ନିଷ୍ପତ୍ତି ନିଆଯାଇଛି ଯେ ନିର୍ବାଚନ ପରେ ତିନିଜଣ ନେତା? ଦଳ ଏକତ୍ର ବସିବେ ଏବଂ ଏହା ଉପରେ ନିଷ୍ପତ୍ତି ନେବେ। “ଏହି ନିଷ୍ପତ୍ତି ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ, ଏଥିରେ କୌଣସି ବିବାଦ ନାହିଁ।”