ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ
1 min readଜିତିଲେ ବାପା କିନ୍ତୁ ହାରିଗଲେ ପୁଅ | ଝାଡ଼ଖଣ୍ଡର ପୁର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନିଜ ଗଡ଼ ଶଢାଈକଳାରୁ ସପ୍ତମ ଥର ପାଇଁ ଜିତି ରେକର୍ଡ କରିଛନ୍ତି | କିନ୍ତୁ ବାବୁ ଲାଲ ସୋରେନ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ ହେଁ ପରାସ୍ତ ହୋଇଛନ୍ତି। ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।
ରାମଦାସ ଏଠାରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ଘାଟଶିଳାରୁ ଜିତିଛନ୍ତି। ଚମ୍ପାଇ ସୋରେନ ଜେଏମଏମ ଛାଡ଼ିବା ପରେ ରାମଦାସଙ୍କୁ ଝାଡ଼ଖଣ୍ଡ କ୍ୟାବିନେଟରେ ସ୍ଥାନ ମିଳିଥିଲା।
ସେ ୨୦୧୯ରେ ବିଜେପିର ଲଖନ ଚନ୍ଦ୍ର ମାର୍ଡିଙ୍କୁ ହରାଇଥିଲେ। ଏଥର ସହ ସେ ବିଜେପିର ବାବୁଲାଲ ସୋରେନଙ୍କୁ ହରାଇଛନ୍ତି। ରାମଦାସଙ୍କୁ ଏଠାରେ ୯୮,୩୫୬ ଖଣ୍ଡ ଭୋଟ ମିଳିଥିବା ବେଳେ ବାବୁଲାଲ ୭୫,୯୧୦ ଖଣ୍ଡ ଭୋଟ ପାଇଛନ୍ତି। ତେବେ ଅନ୍ୟପଟେ ବାପା ଚମ୍ପାଇ ସୋରେନ ନିଜ ଗଡ଼ ଶଢାଈକଳାରେ ପ୍ରଥମଥର ପାଇଁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି | ଏହି ବିଜୟ ସହ ଚମ୍ପାଇ ସୋରେନ ସପ୍ତମ ଥର ପାଇଁ ଏଠାରେ ଜିତିଛନ୍ତି | ୧୯୯୧ ରୁ ସେ ଶଢାଈକଳାରୁ ଜିତି ଆସୁଥିବା ବେଳେ ପ୍ରଥମ ଥର ପାଇଁ ବିଜେପିରୁ ଜିତିଛନ୍ତି | ସବୁଠୁ ବଡ ଖବର ହେଉଛି ନିର୍ବାଚନର କିଛି ଦିନ ପୂରଣରୁ ସେ ବିଜେପିରେ ମିଶିଥିଲେ | ତା’ ପୂର୍ବରୁ ସେ ବିଜେପିର ପ୍ରବଳ ବିରୋଧୀ ଥିଲେ |