Pratidin TV

Odisha's Digital News Platform

୩ ସାଙ୍ଗଙ୍କୁ ବାଟବଣା କଲା ଗୁଗଲ ମ୍ୟାପ , ଅଧା ତିଆରି ପୋଲରୁ ୫୦ ଫୁଟ୍ ତଳକୁ ଖସିପଡିଲା କାର୍ ।

1 min read

ବାଟବଣା କଲା ଗୁଗଲମ୍ୟାପ୍ , ଅଧା ତିଆରି ପୋଲରୁ ୫୦ ଫୁଟ୍ ତଳକୁ ଖସିପଡିଲା କାର୍ । ଯେଊଁଠି ଗୁଗଲମ୍ୟାପ୍ ଲୋକଙ୍କୁ ରାସ୍ତା ଦେଖାଇବାରେ ସାହାର୍ଯ୍ୟ କରେ ସେଇଠି ଗୁଗଲ ମ୍ୟାପ୍ ଯୋଗୁ ଚାଲିଯାଇଛି ୩ ସାଙ୍ଗଙ୍କ ଜୀବନ । ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶରେ ।

ସାଙ୍ଗର ବିବାହ ଭୋଜିରେ ଯୋଗଦେବା ପାଇଁ ୩ ଜଣ ସାଙ୍ଗ ଗୁରୁଗ୍ରାମରୁ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗୁଲ ମ୍ୟାପ୍ର ସାହାର୍ଯ୍ୟ ନେଇଥିଲେ । ଆଉ ଗୁଗଲ ମ୍ୟାପ୍ ସେମାନଙ୍କୁ ଏକ ବ୍ରିଜ୍ ରାସ୍ତାରେ ନେଇଥିଲା । ଯେତେବେଳେକି ସେ ବ୍ରିଜ୍ ଅଧାର ଗଢା ହୋଇରହିଥିଲା । ରାତି ସମୟ ହୋଇଥିବାରୁ ଅଧା ତିଆରି ପୋଲ ଡ୍ରାଇଭରକୁ ଦେଖାଯାଇନଥିଲା । ଫଳରେ କାରଟି ଦ୍ରୁତଗତିରେ ଯାଇ ଅଧା ଗଢା ପୋଲରୁ ୫୦ ଫୁଟ୍ ତଳଖୁ ଖସି ରାମଗଙ୍ଗା ନଦୀରେ ପଡ଼ିଥିଲା।

Advertisement

ପରଦିନ ସକାଳେ ସ୍ଥାନୀୟ ଲୋକ କାର୍ ସହିତ ୩ ଜଣ ଲୋକଙ୍କ ମୃତଦେହ ଠାବ୍ କରିଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଜବତ ହୋଇଥିବା କାର୍ଟି ଏକ ୱାଗନ ଆର୍ ଥିଲା। ମୃତକଙ୍କ ମଧ୍ୟରେ ୨ ଜଣଙ୍କ ପରିଚୟ ମିଳିପାରିଛି । ଜଣଙ୍କ ନା ଅମିତ ଆଉ ଜଣଙ୍କ ନା ବିବେକ ବୋଲି ଜଣାପଡିଛି ।
ଅନ୍ୟପଟେ ମୃତକଙ୍କ ପରିବାର ବ୍ରିଜ୍ କଣ୍ଟ୍ରାକ୍ଟରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଯେ କିପରି ଅଧା ତିଆରି ପୋଲକୁ ଏଭଳି ଖୋଲା ଛଡା ଯାଇଛି । କାହିଁକି ସେଠି କୌଣସି ବ୍ୟାରିକେଡ୍ ରଖାଯାଇନଥିଲା । ଯଦି ସେହି ଅଧାର ତିଆରି ବ୍ରିଜ୍‌ରେ ବ୍ୟାରିକେଡ୍ ରଖାଯାଇଥାନ୍ତି ତେବେ ହୁଏତ ଏତେବଡ ଦୁର୍ଘଟଣା ଘଟିନଥାନ୍ତା ।

Leave a Reply

Your email address will not be published. Required fields are marked *