ଭୂକମ୍ପରେ ଥରିଲା ତ୍ରିପୁରାରେ ଭୂକମ୍ପ ଝଟକା; ରିକ୍ଟର ସ୍କେଲ ତୀବ୍ରତା ୩.୬
1 min readସକାଳୁ ସକାଳୁ ଭୂକମ୍ପରେ ଥରିଲା ତ୍ରିପୁରା | ରିକ୍ଟର ସ୍କେଲ ପିଛା ୩.୬ ରେକର୍ଡ କରିଛି | ତେବେ ଏଇ ଭୂକମ୍ପରେ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି |
ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ ସୋମବାର ଦିନ ପ୍ରାୟ ୩.୬ ରେ ଏହି ଭୂକମ୍ପ ରେକର୍ଡ କରାଯାଇଥିଲା ଏବଂ ଏହାର ଭୂକମ୍ପ କେନ୍ଦ୍ର ଉତ୍ତର ତ୍ରିପୁରା ଜିଲ୍ଲା ପରିସରରେ ଥିଲା। ଏହି ଭୂକମ୍ପ ଝଟକାର ଗଭୀରତା ୧0 କିମି ବୋଲି ଜଣାପଡିଛି | ଭୂକମ୍ପ ଯୋଗୁଁ ଲୋକଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା | ଭୂକମ୍ପ ଅନୁଭବ ହେବା ପରେ ଲୋକ ଆତଙ୍କିତ ହୋଇ ଘର ବାହାରକୁ ଚାଲି ଆସିଯିବାର ଦେଖିବାକୁ ମିଳିଥିଲା |