Pratidin TV

Odisha's Digital News Platform

ଶେଷ ହେଲା ପଞ୍ଜିକରଣ ପକ୍ରିୟା ; ଚଳିତ ଜେଇଇ ମେନ୍‌ ସେସନ୍‌ରେ ସର୍ବାଧିକ ଆବେଦନ,ଜାନୁଆରୀ ୨୨ରୁ ପରୀକ୍ଷା

1 min read

ଶେଷ ହେଲା ଜେଇଇ ମେନ ୨0୨୫ ପଞ୍ଜିକରଣ | ଏନେଇ ରହିବାର ଦିନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଜେଇଇ ମେନ୍‌ ସେସନ୍‌-୧ ପାଇଁ ଅକ୍ଟୋବର ୨୮ରୁ ଅନଲାଇନ ଆବେଦନ ଆରମ୍ଭ ହୋଇଥିବା ବେଳେ ଏହାର ଶେଷ ତାରିଖ ନଭେମ୍ବର ୨୨ ତାରିଖ ଧାର୍ଯ୍ୟ କରାଯାଇଥିଲା | ଏହାପରେ ନଭେମ୍ବର ୨୬ ଓ ୨୭ ତାରିଖ ଫର୍ମ ସଂଶୋଧନ କରିବାର କାର୍ଯ୍ୟ ରଖାଯାଇଛି | ତେବେ ଜାନୁଆରୀ ୨୨ ରୁ ଆରମ୍ଭ କରି ୩୧ ପର୍ଯ୍ୟନ୍ତ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବାର ଅଛି | ଳିତବର୍ଷ ୧୧ ଲକ୍ଷରୁ ଅଧିକ ଆଶାୟୀ ଜେଇଇ ମେନ୍‌ ପାଇଁ ପଞ୍ଜୀକରଣ କରିବା ସହ ପରୀକ୍ଷା ଫି ଦାଖଲ କରିଛନ୍ତି । ଏନ୍‌ଟିଏ ସୂଚନା ଅନୁଯାୟୀ, ଚଳିତ ଜେଇଇ ମେନ୍‌ ସେସନ୍‌ରେ ସର୍ବାଧିକ ଆବେଦନ ହୋଇଛି |

Advertisement

Leave a Reply

Your email address will not be published. Required fields are marked *