Pratidin TV

Odisha's Digital News Platform

ଡିସେମ୍ୱରରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା …

1 min read

ଡିସେମ୍ବର ରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ତିନଟି ପର୍ଯ୍ୟାୟ ରେ 80 ଲକ୍ଷ ଲୋକଙ୍କୁ ସୁଭଦ୍ରା ଟଙ୍କା ଦିଆ ଯାଇ ସାରିଛି । ମୋଟ୍ ୮୦ ଲକ୍ଷ ମହିଳା ୪ ହଜାର କୋଟି ଟଙ୍କରା ସହାୟତା ପାଇସାରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷରୁ ଅଧିକ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିଥିଲା । ସେହିପରି ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୧ କୋଟି ୧୬ ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଯାଏଁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ।

ମିସ୍ ମ୍ୟାଚ୍‌ ଆକାଉଣ୍ଟକୁ ଯିବନି ଟଙ୍କା ସଚେତନ କରିବାକୁ ଘରକୁ ଯିବେ ସରକାରୀ ଅଧିକାରୀ । ସୁଭଦ୍ରା ଯୋଜନାରେ ୫ ଲକ୍ଷ ଆକାଉଣ୍ଟ ମିସ ମ୍ୟାଚ ହୋଇଥିଲା, ଯାହା ବର୍ତମାନ ସୁଦ୍ଧା ସମାଧାନ ହୋଇପାରି ନାହିଁ । ଅର୍ଥାତ ୫ ଲକ୍ଷ ଆବେଦନକାରୀ ଚଳିତଥର ଲାଭବାନ ହୋଇପାରିବେ ନାହିଁ । ସେମାନଙ୍କ ଆକାଉଣ୍ଟ-ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସାମିଲ ହେବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ସମାଧାନ ହେବା ପରେ ସେମାନେ ସୁଭଦ୍ରା ଯୋଜନା ସେମାନେ ପାଇପାରିବେ ।ସୁଭଦ୍ରା ଯୋଜନାକୁ ପ୍ରତିଟି ଯୋଗ୍ୟ ମହିଳାଙ୍କ ନିକଟରେ ପହଞ୍ଚାଇବାକୁ ସରକାର ଅଣ୍ଟା ଭିଡିଛନ୍ତି । ପ୍ରଭାତୀ ପରିଡ଼ା କହିଛନ୍ତି, ଡିସେମ୍ବର ପରେ ନୂଆ ଆବେଦନ କଲେ ବି ୨ଟି କିସ୍ତିର ଟଙ୍କା ଏକାସାଙ୍ଗରେ ମାର୍ଚ୍ଚ ୮ରେ ମିଳିବ। ଆବେଦନକାରୀଙ୍କ ସଂଖ୍ୟା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଆହୁରି ଅଧିକ ବଢିବ।

Advertisement

Leave a Reply

Your email address will not be published. Required fields are marked *