ଅବତରଣ ପରେ ଯାତ୍ରିବାହୀ ବିମାନରେ ଲାଗିଲା ନିଆଁ; ୮୯ ଯାତ୍ରୀଙ୍କ ସହ ଥିଲେ ୬ କ୍ର୍ୟୁ
1 min readତୁର୍କୀରେ ଏକ ବଡ ଅଘଟଣ | ଯାତ୍ରୀବାହୀ ବିମାନରେ ଅଗ୍ନିକାଣ୍ଡ | ରବିବାର ଦିନ ଘଟିଯାଇଛି ଅଘଟଣ | ବିମାନଟି ତୁର୍କୀର ଆନ୍ତାଲୟା ଏୟାରପୋର୍ଟରେ ଅବତରଣ କରିବା ପରେ ଏଥିରେ ହଠାତ୍ ନିଆଁ ଲାଗି ଯାଇଥିଲା । ଯେଉଁଥିରେ ମୋଟ ୮୯ ଜଣ ଯାତ୍ରୀ ଥିଲେ। ତୁର୍କୀ ପରିବହନ ମନ୍ତ୍ରଣାଳୟ ଏହାକୁ ନେଇ ସ୍ପଷ୍ଟ କରିଛି। ତେବେ ଅଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି |
ସୂଚନା ଅନୁଯାୟୀ, ରୁଷ ନିର୍ମିତ ଗୋଟିଏ ଯାତ୍ରୀବାହୀ ବିମାନ ସହ ଘଟିଛି ବଡ଼ ଅଘଟଣ। ବିମାନଟି ତୁର୍କୀର ଆନ୍ତାଲୟା ଏୟାରପୋର୍ଟରେ ଅବତରଣ କରିବା ପରେ ଏଥିରେ ହଠାତ୍ ନିଆଁ ଲାଗି ଯାଇଥିଲା | ବିମାନରେ ନିଆଁ ଲାଗିଥିବା ବେଳେ ଏହା ମଧ୍ୟରେ ୮୯ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ରହିଥିଲେ।
ଏୟାରପୋର୍ଟ ହେବର ଦ୍ୱାରା ଏକ୍ସରେ ସେୟାର କରାଯାଇଥିବା ଏହି ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳିଛି । ଜୀବନ ବିକଳରେ କେମିତି ଯାତ୍ରୀ ଓ କ୍ରୁ ସଦସ୍ୟ କେମିତି ବିମାନରୁ ଜରୁରିକାଳୀନ ଦ୍ୱାର ଦେଇ ବାହାରକୁ ଆସୁଛନ୍ତି, ତା’ର ଦୃଶ୍ୟ ଭିଡିଓରେ ରହିଛି। ଏହାସହ ଅଗ୍ନିକାଣ୍ଡ ସ୍ଥଳରେ ଜରୁରୀକାଳୀନ ୟୁନିଟ୍ ନିଆଁ ଲିଭାଇରେ ନିୟୋଜିତ ଅଛନ୍ତି। ଅନ୍ୟପଟେ ବିମାନର ଇଞ୍ଜିନରୁ ଧୂଆଁ ବାହାରୁଛି।
ଅନ୍ୟପଟେ, ଆଜିମୁଥ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ସୁଖୋଇ ସୁପରଜେଟ୍ ୧୦୦ ଯାତ୍ରୀବାହୀ ବିମାନକୁ କର୍ତ୍ତୃପକ୍ଷ ରୁଷିଆର କଳା ସାଗର ରିସୋର୍ଟ ସୋଚିରୁ ନ ଆଣିବା ଯାଏଁ ବିମାନବନ୍ଦରରେ ସମସ୍ତ ଅବତରଣକୁ ସ୍ଥଗିତ ରଖାଯାଇଛି।