ଏଣିକି କ୍ୟୁଆର କୋର୍ଡ ସହ ଆସିବ କାର୍ଡ; ପ୍ୟାନ ୨.୦କୁ କ୍ୟାବିନେଟ୍ ମଞ୍ଜୁରୀ
1 min readପ୍ୟାନକାର୍ଡ ୨.୦ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ ମଞ୍ଜୁରି । ଆଗକୁ କ୍ୟୁଆର କୋର୍ଡ ସହ ଆସିବ ପ୍ୟାନକାର୍ଡ । ବର୍ତ୍ତମାନର କାର୍ଡ ଗୁଡିବ ବିନା ଦେୟରେ କ୍ୟୁଆର କୋର୍ଡଯୁକ୍ତ ପ୍ୟାନକାର୍ଡରେ ଅପଗ୍ରେଡ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥତ୍କ ବ୍ୟାପାର କ୍ୟାବିନେଟ୍ କମିଟି ଆୟକର ବିଭାଗର ସ୍ଥାୟୀ ଅକାଉଣ୍ଟ ନମ୍ବରର ଦ୍ୱିତୀୟ ପର୍ଯ୍ୟାୟ (ପାନ୍ ୨.୦) ପ୍ରକଳ୍ପକୁ ସୋମବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ୧୪୩୫ କୋଟି ଖର୍ଚ୍ଚ ହେବ। ପ୍ରକଳ୍ପ ଦ୍ବାରା ସତ୍ୟ ଓ ଡାଟାର ଏକକ ଉତ୍ସ ରହିବ ।
ପ୍ୟାନକାର୍ଡ ୨.୦ ପ୍ରୋଜେକ୍ଟ ଟିକସଦାତା ପଞ୍ଜୀକରଣ ସେବାର ପ୍ରଯୁକ୍ତିଚାଳିତ ପରିବର୍ତ୍ତନରେ ସହାୟକ ପାନ୍ ୨.୦କୁ ହେବା ସହ ଉନ୍ନତ ମାନର ତ୍ୱରିତ୍ ସେବା ମିଳିପାରିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ଗତକାଲି ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ବୈଠକରେ ଆୟକର ବିଭାଗର ପାନ ୨.୦ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହାର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଆକାଉଣ୍ଟ ନମ୍ବର (ପ୍ୟାନ୍)କୁ ସରକାରୀ ଏଜେନ୍ସିଗୁଡ଼ିକର ସମସ୍ତ ଡିଜିଟାଲ ସିଷ୍ଟମ୍ ପାଇଁ ସାଧାରଣ ବ୍ୟବସାୟ ପରିଚୟପ୍ରଦାନକାରୀ କରିବା । ୧.୦ ତୁଳନାରେ ଏହା ଉନ୍ନତ ମାନର ହୋଇଥିବାରୁ କରଦାତାମାନଙ୍କ ପାଇଁ ପ୍ରୋସେସିଂ ସମୟ କମ୍ ଲାଗିବା ସହ ସୁରକ୍ଷାଗତ ଦୃଷ୍ଟିରୁ ଉନ୍ନତ ଏବଂ ସରକାରୀ ସେବା ଉପଲବ୍ଧ କରିବା ପାଇଁ ସରଳ ହେବ। ଏଥିରେ କ୍ୟୁଆର୍ କୋଡ୍ ରହିବ। ନୂଆ ପାନ୍ କାର୍ଡ ପାଇବା ପାଇଁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ |