Pratidin TV

Odisha's Digital News Platform

ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଗଭୀର ଅବପାତ , କେଉଁଆଡେ ମୁହାଁଇବ ପେଙ୍ଗାଲ …

1 min read

ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା ପେଙ୍ଗାଲ । ତେବେ ଗଭୀର ଅବପାତଟି ବାତ୍ୟାର ରୂପ ନେଇ ତାମିଲନାଡ଼ୁ ଉପକୂଳ ମୁହାଁ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଭୀର ଅବପାତର ରୂପରେ ୬ ଘଣ୍ଟା ହେଲା ୮ କିଲୋମିଟର ବେଗରେ ଗତି କରୁଛି ପେଙ୍ଗାଲ ।

ଆସନ୍ତା ଦୁଇ ଦିନ ଭିତରେ ଏହା ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ । ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁସାରେ, ଦକ୍ଷିଣ ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୭୨୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ଏହାରି ପ୍ରଭାବରେ ଓଡିଶାର କିଛି ଅଂଶରେ ବର୍ଷା ଦେଖାଦେଇପାରେ ।

Advertisement

Leave a Reply

Your email address will not be published. Required fields are marked *