Pratidin TV

Odisha's Digital News Platform

ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ନାଡା..

1 min read

ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟକା ଦେଲା ନାଡା । ବଜରଙ୍ଗ ପୁନିଆ ୪ ବର୍ଷ ହେଲେ ବ୍ୟାନ୍‌ । ଡୋପି କୋଡ୍‌ ଉଲଂଘନ ନେଇ ବଜରଙ୍ଗ ପୁନିଆଙ୍କ ଉପରେ ୪ ବର୍ଷର ବ୍ୟାନ୍‌ ଲଗାଇଛି ନାସନାଲ୍‌ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା । NADA ଦ୍ୱାରା ପୁନିଆଙ୍କୁ ସସପେଣ୍ତ କରାଯିବା ପରେ ବର୍ତ୍ତମାନ ସେ ପ୍ରତିଯୋଗିତାମୂଳକ କୁସ୍ତିରେ ଅଂଶଗ୍ରହଣ କରି ପାରିବେ ନାହିଁ ଏପରିକି ସେ ବିଦେଶରେ ମଧ୍ୟ ଆଉ କୋଚିଂ ନେଇ ପାରିବେ ନାହିଁ । ମେ’୩୧ ତାରିଖ ବଜରଙ୍ଗ ପୁନିଆ ନାଡାର ଆଣ୍ଟି-ଡିସପ୍ଲିନାରୀ ଡୋପିଂ ପ୍ୟାନେଲରେ ନିକଟରେ ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଅଭିଯୋଗ କରିଥିଲେ । ଯାହା ପରେ ଅସ୍ଥାୟୀ ଭାବେ ତାଙ୍କ ନିଲମ୍ବନକୁ ସ୍ଥଗିତ ରଖାଯାଇଥିଲା ହେଲେ ଜୁନ୍ ୨୩ରେ ନାଡା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଆନୁଷ୍ଠାନିକ ଭାବେ ସୂଚନା ଜାରି କରିଥିଲା ।

“ବଜରଙ୍ଗ ପୁନିଆଙ୍କୁ ‘ହତ୍ୟା’ ଧମକ” ୨୦ ସେପ୍ଟେମ୍ବର ୪ ଅକ୍ଟୋବର ପର୍ଯ୍ୟନ୍ତ ଏହି ମାମଲର ଶୁଣାଣି କରାଯାଇଥିଲା ଏବଂ ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପର୍ଯ୍ୟନ୍ତ ସସପେଣ୍ତ କରିଛି ଜାତୀୟ ଡୋପିଂ ନିରୋଧକ ଏଜେନ୍ସି ନାଡା ପୁନିଆଙ୍କ ଉପରେ ୪ବର୍ଷ‍ ବ୍ୟାନ କଟକଣା ଲଗାଯିବା ପରେ ତାଙ୍କ କୁସ୍ତି କ୍ୟାରିଅର ଅନ୍ତ ହୋଇଯିବା ଆଶଙ୍କା କରାଯାଉଛି । ଜାତୀୟ ଦଳରେ ଚୟନ ପାଇଁ ଗତ ମାର୍ଚ୍ଚ ୧୦ ତାରିଖରେ ଡୋପିଂ ଟେଷ୍ଟ ଲାଗି ସେ ନମୁନା ଦେବାକୁ ମନା କରି ଦେଇଥିଲେ। ଏନେଇ ପ୍ରଥମେ ତାଙ୍କୁ ୨୩ ଏପ୍ରିଲ୍ ରେ ସସପେଣ୍ଡ କରି ଦିଆଯାଇଥିଲା । ଏହାପରେ ୟୁନାଇଟେଡ୍ ୱାର୍ଲଡ ରେସଲିଂ ସଂସ୍ଥା ମଧ୍ୟ ନିଲମ୍ବିତ କରିଥିଲା । ଏହା ବିରୋଧରେ ବଜରଙ୍ଗ ପୁନିଆ ଅପିଲ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *