Pratidin TV

Odisha's Digital News Platform

ଅଶାନ୍ତ ଆମେରିକା : ଗୁଳିମାଡରେ ୬ ମାସର ଶିଶୁ ସହ ୬ ଜଣ ମୃତ ଓ ୩୦ ଆହତ

1 min read

ନୂଆଦିଲ୍ଲୀ : ଅଶାନ୍ତ ଆମେରିକା । ଆମେରିକାର କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡାରେ ଗୁଳିକାଣ୍ଡ । ୬ ମାସର ଶିଶୁ, ମାଆ ସମେତ ୬ ଜଣଙ୍କୁ ହତ୍ୟା । ଆମେରିକାର କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡାରେ ଗୁଳିକାଣ୍ଡ ଘଟି ଜଣେ ପିଲା ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଗୁଳିମାଡ ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଛି । ବନ୍ଧୁକଧାରୀମାନେ ଘରେ ପଶି ଗୁଳିମାଡ କରିଥିବା ସୂଚନା ମିଳିଛି ।

କାଲିଫର୍ଣ୍ଣିଆରେ ହୋଇଥିବା ଗୁଳିକାଣ୍ଡରେ ଜଣେ ୧୭ ବର୍ଷୀୟ ମା ସହିତ ତାଙ୍କର ୬ ମାସର ଶିଶୁକୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଛି । ଦୁର୍ବୃତମାନେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି । ଘର ସାମ୍ନାରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଘର ଭିତରୁ ପ୍ରାୟ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅତି ସଂକଟାପନ୍ନ ଅବସ୍ଥାରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହି ଗୁଳିକାଣ୍ଡ ସୋମବାର ସକାଳେ କାଲିଫର୍ନିଆର ଏକ ଘରେ ହୋଇଥିବା ବେଳେ ଅତିକମରେ ଦୁଇଜଣଙ୍କ ଦ୍ୱାରା ଏହି ଗୁଳିକାଣ୍ଡ ହୋଇଥିବା ସେରିଫ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। । ଏହାର ଏକ ଭିଡିଓ ଟିସିଏସଓ ର ଫେସବୁକ ପେଜରେ ପୋଷ୍ଟ କରାଯାଇଛି ।

Advertisement

ସେ କହିଛନ୍ତି ମୃତକଙ୍କ ମଧ୍ୟରେ ଜଣେ ୧୭ ବର୍ଷିୟା ମା’ ଓ ତାଙ୍କର ୬ ମାସର ଶିଶୁ ରହିଛନ୍ତି । ଅନୁମାନ କରାଯାଉଛି କି ଏହି ପରିବାରକୁ ଟାର୍ଗେଟ କରାଯାଇ ଗୁଳିକାଣ୍ଡ କରାଯାଇଛି । ସେହିପରି ଆମେରିକାର ଫ୍ଲୋରିଡାରେ ମାର୍ଟିନ ଲୁଥର କିଙ୍ଗ ଦିବସ ସେଲିବ୍ରେସନ କରୁଥିବା ସମୟରେ ଗୁଳିକାଣ୍ଡ ହୋଇଛି । ଏହି ଘଟଣାରେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *