ବିଶ୍ୱକପ୍ ହକି ଟିକେଟ୍ ବିକ୍ରିରେ କଳା ବଜାରି , ବନ୍ଧା ହେଲେ ୫ ଟିକେଟ୍ ଦଲାଲ୍
1 min readଭୁବନେଶ୍ୱର : ନିକଟରେ ଜାନୁଆରୀ ୧୩ ତାରିଖରୁ ଓଡିଶାର ଭୁବନେଶ୍ୱର ଏବଂ ରାଉଲକେଲାରେ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ ହୋଇଛି । ଭାରତ ଖେଳୁଥିବା ମ୍ୟାଚ୍ ଦେଖିବା ପାଇଁ ଲୋକମାନଙ୍କ ଭିତରେ ଚାଲିଛି କଡା ପ୍ରତିଯୋଗିତା । କିଏ ଟିକେଟ୍ ପାଇ ଖୁସିରେ ନାଚୁଥିବାବେଳେ ପୁଣି କିଏ ଟିକେଟ୍ ନପାଇଁ ମନଦୁଃଖରେ ଘରକୁ ଫେରିଥିଲେ । କିନ୍ତୁ ଏସବୁ ଭିତରେ ଟିକେଟ୍ ବିକ୍ରିରେ ଦେଖାଦେଇଛି ଦଲାଲି । ଲୋକମାନଙ୍କୁ ଅନଲାଇନରେ ଲୁଟୁଛନ୍ତି କିଛି କଳାବଜାରି ବିକ୍ରେତା ।
ଅନଲାଇନରେ ଚଢାଦାମରେ ଟିକେଟ୍ ବିକି ମାଲାମାଲ ହେଉଥିବା ୫ ଜଣଙ୍କୁ ଆଜି ଗିରଫ୍ କରିଛି ସହିଦ୍ ନଗର ଥାନା ପୋଲିସ ।ଏହି ଟିକେଟ୍ ଦଲାଲ୍ମାନେ ୧୦୦ ଟଙ୍କାର ଟିକେଟକୁ ୧ ହଜାର ଟଙ୍କା, ୨ ଶହ ଟିକଟକୁ ୨ ହଜାର ଓ ୫ ଶହ ଟଙ୍କାର ଟିକଟକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ ।
ଆସନ୍ତା ୧୯, ୨୪ ଓ ୨୯ ତାରିଖରେ ହେବାକୁ ଥିବା ମ୍ୟାଚ ପାଇଁ ଏହି କଳବଜାରୀମାନେ ଟିକେଟ ବିକ୍ରି କରୁଥିଲେ। ଏଥିନିମନ୍ତେ ସେମାନେ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିଲେ। ମ୍ୟାଚ ଦେଖିବାକୁ ଆଗ୍ରହୀ ଲୋକେ କଲ୍ କଲେ ସେମାନେ ନିର୍ଦ୍ଦିଷ୍ଟ ଜାଗାକୁ ଡାକୁଥିଲେ। ଏହାପରେ ଅନ୍ ଦି ସ୍ପଟ୍ ଟଙ୍କା ନେଇ ଟିକେଟ ଦେଉଥିଲେ।