Pratidin TV

Odisha's Digital News Platform

ଓଡିଶା ଫେରିଲା ବିଜୁ ବାବୁଙ୍କ ‘ଡାକୋଟା’

1 min read

ଭୁବନେଶ୍ୱର : ଓଡିଶାବାସିଙ୍କ ପ୍ରତିକ୍ଷାର ଅନ୍ତ ଘଟିଛି । ଓଡିଶା ସୀମାରେ ପ୍ରବେଶ କରିଛି ବିଜୁବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ । ବିଜୁ ବାବୁଙ୍କ ଜୀବନ କାଳ ସହ ଅନେକ ସ୍ମୃତି ଏବଂ ଓଡିଶାର ବୀରତ୍ୱକୁ ପ୍ରଦର୍ଶନ କରେ ଡାକୋଟା । ଆଜି ଏହି ବିମାନ ଓଡିଶାରେ ପହଞ୍ଚିଯାଇଥିବା ବେଳେ , ଏହାକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରଖାଯିବ ବୋଲି ଜଣାଯାଇଛି ।

dakota

ଗତକାଲି ସଂଧ୍ୟ।ରେ କୋଲକାତା ଛାଡିଥିଲା ବିମାନ । ୩ଟି ଟ୍ରେଲରରେ ଆଜି ଭୋରରୁ ଏହା ଓଡିଶା ସୀମା ଭିତରେ ପ୍ରବେଶ କରିଥିଲା । ଏହାପରେ ଡାକୋଟା ସେହି ଟ୍ରେଲରରେ ବୋଝେଇ ହୋଇ ଭୁବନେଶ୍ୱର ଆସୁଛି । ଓଡିଶା ପୋଲିସର କଡା ସୁରକ୍ଷା ବଳୟ ଭିତରେ ଡାକୋଟାକୁ ଅଣାଯାଉଛି । ଏହା ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ବିଶେଷଜ୍ଞଟିମ୍ ଡାକୋଟାକୁ ଯାଞ୍ଚ କରିବା ସହ ଯନ୍ତ୍ରୀମାନେ ଏହାକୁ ପୂର୍ବଅବସ୍ଥାକୁ ଆଣିବା ପାଇଁ ଫିଟିଂ ଆରମ୍ଭ କରିବେ । ତେବେ ମାର୍ଚ ୫ ତାରିଖ ସୁଦ୍ଧା ଏହାର ଫିଟିଂ କାର୍ଯ୍ୟ ଶେଷ କରାଯାଇ ଡାକୋଟାକୁ ଲୋକାର୍ପଣ କରାଯିବ ।

Advertisement

ଡାକୋଟାର ଜୀବନ୍ତ ଇତିହାସ – ୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାଲିଫ୍ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ, ଅଥବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚ୍‌ଙ୍କ କବଳରୁ ଉଦ୍ଧାର, ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ।
ସେହି ବିମାନ କୋଲକାତାର ନେତାଜୀ ବିମାନ ବନ୍ଦରରେ ଡମ୍ପିଂୟାର୍ଡରେ ଖତ ଖାଉଥିବା ବେଳେ ତାହାକୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ଦିନ ହେବ ଉଦ୍ୟମ ଆରମ୍ଭ ହୋଇଥିଲା ବେଳେ ଆଜି ତାହା କୋଲକାତା , ଓଡିଶା ପୋଲିସ ସହ ଆରଟିଓର ପ୍ରମୁଖର ମିଳିତ ଉଦ୍ୟମରେ ସଫଳ ହୋଇଛି ବା ଓଡିଶା ପହଞ୍ଚିପାରିଛି ।

Leave a Reply

Your email address will not be published. Required fields are marked *