Pratidin TV

Odisha's Digital News Platform

ଆକାଶ ମାର୍ଗରେ ପୁଣି ଦୁର୍ଘଟଣା : ମନ୍ତ୍ରୀଙ୍କ ସହ ଜଳିଗଲେ ୧୬ ଜଣ ..

1 min read

କିଭ୍ : ନିକଟରେ ନେପାଳର ହୃଦୟଥରା ଦୁର୍ଘଟଣା ଲୋକମାନଙ୍କୁ ମନରୁ ନଲିଭିଥିବା ବେଳେ ପୁଣି ଏକ ଭୟଙ୍କର ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ ହେଲିକ୍‌ପଟର କ୍ରାସର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଘଟନାଟି ୟୁକ୍ରେନ ସହରର ବୋଲି ସୂଚନା ମିଳିଛି । ଏକ ବିଲ୍ଡିରେ ପିଟିହୋଇ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ହେଲିକପ୍ଟର। ଯେଉଁଥିରେ ୧୬ ଜଣ ମୃତକଙ୍କ ସହ ୟୁକ୍ରେନର ଗୃହମନ୍ତ୍ରୀ ମଧ୍ୟ ଅଛନ୍ତି ।

ରାଷ୍ଟ୍ରୀୟ ପୁଲିସ ପ୍ରବକ୍ତାଙ୍କ ସୂଚନା ମୁତାବକ, ଗୃହମନ୍ତ୍ରୀ ଡେନିଶ୍ ମନୋଷ୍ଟିକଙ୍କ ସହ ୟୁକ୍ରେନର ଅନେକ ବିଶିଷ୍ଟ ଅଧିକାରୀ ମଧ୍ୟ ଏହି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ଶରୀରକୁ ଚିହ୍ନଟ କରାଯାଇପାରିନାହିଁ । ସୂଚନାଯୋଗ୍ୟ ଯେ ୟୁକ୍ରେନର କିଣ୍ଡରଗାର୍ଟନ୍ ନିକଟସ୍ଥ ବ୍ରେଭରୀ ସହରରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ କିଭ୍ ଠାରୁ ମାତ୍ର ୨୦ କିଲୋମିଟର ଦୂର ଉତ୍ତର ପୂର୍ବରେ ବ୍ରେବେରୀ ସହର ଅବସ୍ଥିତ ।

Advertisement

ତେବେ ମସ୍କୋର ଆକ୍ରମଣ ପୂର୍ବରୁ ଋଷ୍ ଓ ୟୁକ୍ରେନ ଏହି ବ୍ରେବେରୀ ସହର ପାଇଁ ପରସ୍ପର ମଧ୍ୟରେ ଲଢେଇ ଆରମ୍ଭ କରିଥିଲେ । ଯୁଦ୍ଧ ସେ ପର୍ଯ୍ୟନ୍ତ ଚାଲିଥିଲା ଯେ ଯାଏଁ ଋଷ୍ ସେନା ନିଜ ସହରରକୁ ଲେଉଟଣି ମାରିନଥିଲା ।

https://twitter.com/AZgeopolitics/status/1615620708226461696

Leave a Reply

Your email address will not be published. Required fields are marked *