Pratidin TV

Odisha's Digital News Platform

ଏସିଆନ ଗେମ୍ସରୁ ବାଦ୍ ପଡିଲେ ଦୁତୀ ଚାନ୍ଦ ! ପଜେଟିଭ୍ ଆସିଲା ଡୋପ୍ ଟେଷ୍ଟ , ହେଲେ ଅସ୍ୱୀକାର କଲେ ଦୂତୀ ..

1 min read

ଭୁବନେଶ୍ୱର : ଦୌଡରାଣୀ ଦୂତୀଚାନ୍ଦ ଏବଂ ତାଙ୍କ ପ୍ରଶଂସକମାନଙ୍କୁ ବଡ ଝଟ୍‌କା ଲାଗିଛି । ଡୋପ୍ ଟେଷ୍ଟରେ ଦୂତୀଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ତେବେ ଆଗକୁ ଏସିଆନ ଗେମ୍ସ ଥିବା ସହ ତାଙ୍କ କ୍ୟାରିୟର ପାଇଁ ଏହା କଳା ଦାଗବୋଲି ସମାଲୋଚନା ଚାଲିଛି । କିନ୍ତୁ ଏସବୁକୁ ଦୂତୀ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି । ସେ ଦକ୍ଷତା ବୃଦ୍ଧି ପାଇଁ କୌଣସି ପ୍ରକାରର ଔଷଧ ବ୍ୟବହାର କରୁନଥିବା ନେଇ ଦାବି କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ନାଁକୁ ବଦନାମ୍ କରାଯାଉଛି । ଚିଠିରେ ଆସିଥିବା ରିପୋର୍ଟ ଏବଂ ଚିଠି ଦୁଇଟିଯାକ ଫେକ୍ ବା ମିଛ । କାରଣ ଚିଠିର ନାଡାରେ ମେମୋ ନଂ ନାହିଁ କି କାହାର ଦସ୍ତଖତ ନାହିଂ ବୋଲି କହିଛନ୍ତି ଦୂତୀ ।

ଅନ୍ୟପଟେ ଦୂତୀଙ୍କ ନିଲମ୍ବିତ ଖବର ଟ୍ୱିଟ୍ କରି ଜଣାଇଛି ପିଟିଆଇ (ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆ ) ।

Advertisement

ତେବେ ଦୂତୀ ହେଉଛନ୍ତି ଦେଶର ଶ୍ରେଷ୍ଠ ଧାବିକା। ସେ ଏସିଆନ ଗେମ୍ସର ୧୦୦ ମିଟର ଇଭେଣ୍ଟରେ ଦେଶରେ ପାଇଁ ରୌପ ପଦକ ଜିତିଥିଲେ। ସେହିପରି ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ସେ ସିଲଭର ଜିତିଥିଲେ। ୨୬ ବର୍ଷୀୟ ଦୂତୀ ଅଲିମ୍ପିକ୍ସରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି।

Leave a Reply

Your email address will not be published. Required fields are marked *