ଜେଲରେ ଭିତରେ ଆଇନ୍ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ୍ , କୋର୍ଟରୁ ମିଳିଲା ଅନୁମତି…
1 min readଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲା ନେଇଛି ନୂଆ ମୋଡ । ଜେଲ୍ ଭିତରେ ଆଇନ ପରୀକ୍ଷା ଦେବେ ଲେଡିବ୍ଲାକମେଲର ଅର୍ଚ୍ଚନା ନାଗ୍ । ସୂଚନାଯୋଗ୍ୟ ଯେ ଅର୍ଚ୍ଚନା ଏକ ଆଇନ ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ରୀ । ନିକଟରେ ସେ ବ୍ଲାକମେଲିଂ , ହନିଟ୍ରାପ୍ ସହ ମନିଲଣ୍ଡରିଂ ମାମଲାରେ ଗିରଫ୍ ହୋଇଥିଲେ । ଇଡି ୨ ଅର୍ଚ୍ଚନା , ଜଗବନ୍ଧୁ ଏବଂ ତାଙ୍କ ସହେଯାଗୀ ଖଗେଶ୍ୱରଙ୍କ ନାଁରେ ୨ ହଜାର ୨୭୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲେ । ଏନେଇ ସେ ବର୍ତ୍ତମାନ ସେ ଝାରପଡା ଜେଲରେ ଥିବା ସୂଚନା ମିଳିଛି ।
ତେବେ ଅର୍ଚ୍ଚନା ଜଣେ ଖଇଡ ଛାତ୍ରି ହୋଇଥିବାବେଳେ , ଆଗକୁ ତାଙ୍କ ୭ମ ସେମିଷ୍ଟାର ପରୀକ୍ଷା ଆସୁଛି । ତେବେ ସେ ନିଜର ୭ମ ସେମିଷ୍ଟାର ପରୀକ୍ଷା ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ । ଔଜ୍ଞଲମ ୫ ରେ ଅର୍ଚ୍ଚନା ପରୀକ୍ଷା ପାଇଁ ଫ୍ରମ ଫିଲପ୍ ପାଇଁ ଆଜି ତାଙ୍କୁ ଅନୁମତି ଦେଇଛି କୋର୍ଟ ।
ଏହାପୂର୍ବରୁ ଅର୍ଚ୍ଚନା ବୟଙ୍ଖକ୍ଟମବଗ୍ଧର ବୋଲି ନିଜକୁ ପରିଚିତ କରିଥଲେ। ଯେଉଁଥି ପାଇଁ ଅନ୍ୟମାନଙ୍କୁ ଆଇନ ର ପାଠ ପଢେଇ ବ୍ଲାକ ମେଲ କରୁଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ । ଅନେକ ବଡ ବଡୁଆଙ୍କୁ ନିଜ ମାୟାବିନି ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ଅର୍ଚ୍ଚନା ନାଗ୍ ।