Pratidin TV

Odisha's Digital News Platform

ଜହ୍ଲାଦ୍ ବାପା : ପୁଅ ଜନ୍ମ ହେଲାନି ବୋଲି ,ସ୍ତ୍ରୀ ଓ ଝିଅକୁ ଦେଲା ସିଗାରେଟ୍ ଚେଙ୍କ..

1 min read

ଭୁବନେଶ୍ୱର : ଯୁଗ ବିଜ୍ଞାନର ଅଗ୍ରଗତି ସହ ତାଳ ମେଳାଇ ଆଗକୁ ବଢୁଥିବା ବେଳେ , ମଣିଷର ମାନସିକତା , ଚିନ୍ତାଶକ୍ତି,ବୁଦ୍ଧି ଓ ବିବେକ ସବୁ ହଜାଇ ବସୁଛି । ଏହାର ଏକ ଜ୍ୱଳନ୍ତା ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ପୁଅ ଜନ୍ମ ନହେବାରୁ ସ୍ତ୍ରୀକୁ ନିସ୍ତୁକ ମାଡ ମାରିବା ସହ ବଡ ଝିଅକୁ ସିଗାରେଟ୍ ଚେଙ୍କ୍ ଲଗାଇଛି ଜହ୍ଲାଦ୍ ବାପା । ସତରେ ଦିନକୁ ଦିନ କେତେ ନିଷ୍ଠୁର , ବିକୃତ ହୋଇଯାଉଛି ମଣିଷ ମାନସିକତା ।

ପୁଲିସ ସୂଚନାଅନୁଯାୟୀ , ଗତ ୨୦୧୧ ମସିହାରେ ଇନ୍‌ଫୋଭ୍ୟାଲି ଥାନ ଅନ୍ତର୍ଗତ ଯାଁଳ ଉପରସାହିର ଅଭିଯୁକ୍ତ ଗୟାଧର ପ୍ରଧାନ ରୁବି ପ୍ରଧାନଙ୍କୁ ବିବାହ କରିଥିଲେ । ବିବାହର ବର୍ଷକପରେ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତେବେ ଝିଅକୁ ୬ ବର୍ଷ ହେବାପରେ ଦୁହେଁ ଆଉ ଏକ ସନ୍ତାନ ଆଶାକରିଥିଲେ । ଗୟାଧରଙ୍କ ଇଛାଥିଲା ଯେ , ଏଥର ତାଙ୍କର ଗୋଟିଏ ପୁତ୍ର ସନ୍ତାନ ହେଉ । କିନ୍ତୁ ପୁଣି ଥରେ ଏକ ଝିଅ ଜନ୍ମ ହେବାରୁ ଗୟାଧର ରାଗରେ ନିଜ ବୃଦ୍ଧି ହରାଇବସିଥିଲେ ।

Advertisement

ଏହାପରଠାରୁ ସେ ସ୍ତ୍ରୀ ରୁବିଙ୍କୁ ମରାଧରା କରିବା ସହ ବିଭିନ୍ନ ସମୟରେ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗୟାଧର ନିଜ ବଡ ଝିଅକୁ ବି ଛାଡୁନଥିଲେ । ତାକୁ ମଧ୍ୟ ମାରିବା ସହ ଗୋଡରେ ସିଗାରେଟ୍ ଚେଙ୍କ ଦେଉଥିଲେ । ଏପରିକି କିଛି ମାସ ହେବ ଗୟାଧର ଦ୍ୱିତୀୟ ବିବାହ କରିବେ ବୋଲି ଘରେ ଜଣାଇଥିଲେ । ତାର ଏଭଳି ନିଷ୍ପତ୍ତିକୁ ବାପା-ମାଆ ବିରୋଧ କରିବାରୁ ସେ ତାଙ୍କୁ ମଧ୍ୟ ମାଡ ମାରିଥିଲା । ତେବେ ଅତ୍ୟାଚାର ସୀମା ଲଙ୍ଘିବାର ସ୍ତ୍ରୀ ରୁବି ଇନ୍‌ଫୋଭ୍ୟାଲିଥାନାରେ ଅଭିଯୋଗ ଆଣିଥିଲେ । ଏହାପରେ ଇନ୍‌ଫୋଭ୍ୟାଲି ଥାନା ପୋଲିସ ଗୟାଧରଙ୍କ ନାଁରେ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *