ରେଷ୍ଟୁରାଣ୍ଟରେ ମିଳୁଛି ୫୦ ପଇସାର ଦୋସା ଏବଂ ୫୦ ପଇସାର କଫି , ଦେଖନ୍ତୁ ଭାଇରାଲ ହେଉଥିବା ବିଲ୍ ..
1 min readନୂଆଦିଲ୍ଲୀ : ସମୟ ଆଗକୁ ବଢିବା ସହ ଲୋକମାନଙ୍କ ପୁରୁଣା ଜିତିଷ ପ୍ରତି ଆଗ୍ରହ ବଢୁଛି । ଏମିତି କି କିଛି ଲୋକ ପୁରୁଣା ଜିନିଷକୁ ସାଇତିକି ମଧ୍ୟ ରଖିଥାନ୍ତି । ୫୦ କି ୬୦ ବର୍ଷ ତଳର ବିବାହ କାର୍ଡ ମଧ୍ୟ ଲୋକଙ୍କୁ ଆକର୍ଷଣ କରୁଛି । ଆଉ କିଛି ଲୋକ ଏହି ପୁରୁଣା ଜିତିଷଙ୍କୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଦିନକୁ ଦିନ ଦରଦାମ ବଢୁଥିବା ବେଳେ ଆଜିକାଲି ଲୋକ ପୁରୁଣା ବିଲ ଗୁଡାକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଯାହାକୁ ଦେଖିବା ପରେ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
ଯଦି ପଚାଶ ପଇସାରେ କ’ଣ ଯଦି କାହାକୁ ପଚରାଯିବ, ସେ ଚିନ୍ତାରେ ପଡ଼ିଯିବ । କାରଣ ସତରେ ପଚାଶ ପଇସାରେ ଆଜିକାଲି କିଛି ତ’ ମିଳୁନି । ପଚାସ ପଇସାତ ଦୂରର କଥା ଏବେ ୧ ଟଙ୍କା ମଧ୍ୟ ଅଚଳ ହୋଇଗଲାଣି । ବର୍ତ୍ତମାନ ୧ ଟଙ୍କାରେ ମଧ୍ୟ ଚକଲେଟ୍ ମିଳୁନି । ଦୋସା ଗୋଟେ ଏତିକି ଦାମ୍ରେ ବିକ୍ରି ହେବା ଆଜିର ସମୟରେ ବିଚିତ୍ର ଘଟଣାଟେ ନିଶ୍ଚିତ । କିନ୍ତୁ ଆପଣ ଜାନିଛନ୍ତି କି ଦିନେ ଏହି ପଚାଶ ପଇସାରେ ମିଳୁଥିଲା ଦୋସା । ଏହି ପଚାଶ ପଇସାର ଦୋସା ୧୯୭୧ରେ ମିଳୁଥିଲା । ଆଜିକାଲି ଏପରି ଏକ ୫୨ ବର୍ଷର ପୁରୁଣା ବିଲ ଭାଇରାଲ ହେଉଛି ।ଏହି ବିଲ୍ ଭାଇରାଲ୍ ହେଉଛି ୧୯୭୧ ମସିହାର ।
ଦିଲ୍ଲୀର ମୋତି ମହଲ ରେଷ୍ଟୁରାଂଟରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି, ଯାହା ମଧ୍ୟ ଦୋକାନୀଙ୍କ ହାତରେ ଲେଖାଯାଇଛି । ମସାଲା ଦୋସା ଏବଂ କଫିର ମୂଲ୍ୟ ଖାଦ୍ୟ ବିଲରେ ଲେଖାଯାଇଛି, ଯାହାକୁ ଦେଖି ଆପଣ ଦ୍ୱନ୍ଦ୍ୱରେ ପଡ଼ିବେ କି ଦୋକାନୀ ଏଥିରେ ଶୂନ ଲେଖିବାକୁ ଭୁଲି ଯାଇଛନ୍ତି କି? ୨ଟି ମସାଲା ଦୋସର ମୂଲ୍ୟ ୧ ଟଙ୍କା ଏବଂ ୨ ଟି କଫିର ମୂଲ୍ୟ ୧ ଟଙ୍କପା ବିଲରେ ଲେଖାଯାଇଛି । ଏହାର ଅର୍ଥ ହେଉଛି ଗୋଟିଏ ମସାଲା ଡୋସା ପାଇଁ ୫୦ ପଇସା ଏବଂ ଗୋଟିଏ କଫି ପାଇଁ ୫୦ ପଇସା ନିଆଯାଇଥିଲା ।