Pratidin TV

Odisha's Digital News Platform

ନିଲାମ ହେଲା ୪ ଫୁଟର ଟ୍ୱିଟର ପକ୍ଷୀ ! ଜାଣନ୍ତୁ ମସ୍କଙ୍କ ଠାରୁ କିଣିବା ବ୍ୟକ୍ତି କିଏ ?

1 min read

ନୂଆଦିଲ୍ଲୀ : ନିଲାମ ହେଲା ଟ୍ୱିଟର ପକ୍ଷୀ । ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ଥିବା ମାଇକ୍ରୋବ୍ଲଗିଂ ଆପ୍ ଟୁଇଟର ହେଡ୍‌କ୍ୱାର୍ଟର୍ସର ଅଧିକାଂଶ ଆସବାବପତ୍ର ନିଲାମ କରିଛନ୍ତି ଏଲନ ମସ୍କ । ନିଲାମ ହୋଇଥିବା ବସ୍ତୁଗୁଡ଼ିକ ଭିତରୁ ଟୁଇଟର ପକ୍ଷୀ ଷ୍ଟାଚ୍ୟୁ ସର୍ବାଧିକ ୧ ଲକ୍ଷ ଡଲାରରେ ନିଲାମ ହୋଇଛି । ଏହାବ୍ୟତୀତ କର୍ମଚାରୀଙ୍କ ସୁବିଧା ପାଇଁ ଅଫିସ୍‌ରେ ଥିବା ପିଜା ଓଭାନ୍‌, ଇପ୍ରେସୋ ମେଶିନ୍‌, ବାଇସାଇକେଲ ପାୱାର୍ଡ ଚାର୍ଜିଂ ଷ୍ଟେଶନ୍‌, ଟେଲିଭିଜନ୍ ଏବଂ ଫୁଲଦାନି ନିଲାମ କରାଯାଇଛି ।

Advertisement

ନିଲାମ ପରିଚାଳନା କରିଥିବା ‘ହେରିଟିଜ୍ ଗ୍ଲୋବାଲ୍ ପାର୍ଟନର୍ସ’ କହିବା ଅନୁସାରେ, ପ୍ରାୟ ୪ ଫୁଟ୍ ଉଚ୍ଚର ଟୁଇଟର ଲୋଗୋକୁ ୧ଲକ୍ଷ ଡଲାରରେ ନିଲାମ କରାଯାଇଛି । ହେଲେ ଏହା କେତେ ଟଙ୍କାରେ ନିଲାମ ଡକା ଯାଇଥିଲା ଓ ଏହାକୁ କିଏ କିଣିଛନ୍ତି ତାହା ଜଣାପଡିନାହିଁ । କମ୍ପାନିକୁ ପଚରାଯିବାରୁ ତାଙ୍କ ପରିଚୟ ଗୋପନ ରକ୍ଷା ଯାଇଥିବା କୁହାଯାଇଛି । ନିଲାମ ବସ୍ତୁର ମୂଲ୍ୟ ବଜାର ମୂଲ୍ୟଠାରୁ ଢେର ଗୁଣା ଅଧିକ ଥିବା କେତେଜଣ ୟୁଜର୍ସ ସୋସିଆଲ ସାଇଟ୍‌ରେ ଆପତି ଉଠାଇଛନ୍ତି ।

ଗତବର୍ଷ ଅକ୍ଟୋବରରେ ମସ୍କ ୪୪ ବିଲିୟନ୍ ଡଲାରରେ ଟୁଇଟର କିଣିଥିଲେ । ଏହାପରଠାରୁ ବହୁକର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ସହ କମ୍ପାନୀର ବହୁ ନିୟମରେ ସେ ପରିବର୍ତନ ଆଣିଥିଲେ । ଅନ୍ୟପକ୍ଷେ ବହୁ ଆଡଭାର୍ଟାଇଜର ଟୁଇଟର ଠାରୁ ମୁହଁ ଫେରାଇନେବା କାରଣରୁ କମ୍ପାନୀର ଆୟ କ୍ରମାଗତ କମିବାରେ ଲାଗିଛି । ଏ ଦୃଷ୍ଟିରୁ ମସ୍କ ହେଡ୍‌ଅଫିସର ଆସବାବପତ୍ର ନିଲାମ କରୁଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *