Pratidin TV

Odisha's Digital News Platform

ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ , କରାଗଲା ଏମରଜେନ୍ସି ଲାଣ୍ଡିଂ

1 min read

ଗୋଆ : ନିକଟତରେ ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାର ଭୟ ଲୋକମାଙ୍କ ମନରୁ ଲିଭିନଥିବା ବେଳେ , ଋଷ୍‌ର ବ୍ରେବରୀ ଠାରେ ଘଟିଥିଲା ହେଲିକପ୍ଟର କ୍ରାସର ଦୃଶ୍ୟ ବିମାନ ସୁରକ୍ଷାକୁ ନେଇ ଚିନ୍ତା ବଢାଇଦେଇଥିଲା । ଏହଭିତରେ ଆଜି ସାମ୍ନାକୁ ଆସିଛି ଆଉ ଏକ ଭୟଙ୍କର ଘଟଣା ।

ଯେଉଁଥିରେ ପ୍ରାୟ ୨୪୦ ଜଣ ଯାତ୍ରୀଙ୍କ ଜୀବନ ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି । ବିମାନ ଭିତରେ ବୋମା ଆତଙ୍କକୁ ନେଇ ଯାତ୍ରୀ ମାନଙ୍କ ଭିତରେ ଖେଳିଯାଇଛି କୋକୁଆଗୋଳ । ତେବେ ବିମାନଟି ଋଷର ପେରମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗୋଆ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ହଠାତ୍ ବିମାନକୁ ନେଇ ସୁରକ୍ଷା ଆଲର୍ଜ ଜାରି କରାଯାଇଛି । ଏହାପରେ ବିମାନକୁ ସଙ୍ଗେସଙ୍ଗେ ଉଜବେକିସ୍ତାନ ଆଡ଼କୁ ଡାଇଭର୍ଟ କରାଯାଇଥିବା ଜଣାପଡ଼ିଛି । ଆଜି ଭୋର ୪ ଟା ୧୫ ରେ ବିମାନଟି ଗୋଆରେ ଅବତରଣ କରିଥାନ୍ତା । କିନ୍ତୁ ବିମାନରେ ବୋମା ଥିବା ସନ୍ଦେହରୁ ଏହାକୁ ଉଜ୍‌ବେକିସ୍ତାନରେ ଜରୁରୀ ଲାଣ୍ଡି ଜରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *