Pratidin TV

Odisha's Digital News Platform

ଯାତ୍ରା ଜଗତରୁ ବିଦାୟ ନେଲେ ରାଣୀ ପଣ୍ଡା ! ସୋସିଆଲ ମିଡିଆରେ ପୋଷ୍ଟକରି ଲେଖିଲେ ଏଭଳି ..

1 min read

ଭୁବନେଶ୍ୱର : ଓଡିଶାବାସୀ କାହାକୁ ଜାଣନ୍ତୁ ନଜାଣନ୍ତୁ କିନ୍ତୁ ରାଣୀ ପଣ୍ଡା ସଭିଙ୍କ ଘରେ ଘରେ ପରିଚିତ । ଛୋଟରୁ ବଡ ଯାଏଁ ସଭିଙ୍କୁ ଜଣା କିଏ ରାଣୀ ପଣ୍ଡା । ଯାତ୍ରା ଜଗତରୁ ସିନା ତାଙ୍କ ପରିଚୟ ଆରମ୍ଭ ହୋଇଥିଲା । କିନ୍ତୁ କୋରାନା ପରଠୁ ଲୋକମାନେ ତାଙ୍କୁ ଯାତ୍ରାବାଲି ବଦଳରେ ଜଣେ ସମାଜସେବୀ ରୂପରେ ଦେଖିଆସୁଥିଲେ । କରୋନା ସମୟରରେ ଅନେକଙ୍କ ଘରେ ଚୁଲି ଚଳେବାରେ ସାହାର୍ଯ୍ୟ କରିଛନ୍ତି ସେ । ନିକଟରେ ସେ ଅନେକ ଅସୁବିଧାରେ ଥାଇ ଏକ ବ୍ରାହ୍ମଣ ଓ ଭିନ୍ନକ୍ଷମ ପରିବାରକୁ ସହାୟତାର ହାତ ବଢାଇଥିଲେ ରାଣୀ ।

କିନ୍ତୁ ଶନିବାର ରାଣୀପଣ୍ଡା ନିଜ ସୋସିଆଲ ମିଡିଆ ପେଜ୍‌ରେ କିଛି ଏଭଳି ପୋଷ୍ଟ କରିଥିଲେ ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ ଆଖି ଦୁଃଖରେ ଓଦା ହୋଇଯାଇଛି । ସେ ଯାତ୍ରାଜଗତରେ କାମ କରୁଥିବା ସ୍ୱର୍ଣ୍ଣ ମନ୍ଦିର ଯାତ୍ରାପାର୍ଟିକୁ ଛାଡୁଥିବା ନେଇ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ସେ ସ୍ୱର୍ଣ୍ଣ ମନ୍ଦିରରୁ ଆଗୁଆ ୫ ଲକ୍ଷ ୫୦ ହଜାର ଆଣିଥିଲେ । ଏନେଇ ସେ ବର୍ତ୍ତମାନ ସ୍ୱର୍ଣ୍ଣ ଜଗତ ଛାଡିବା କଥା କହିଥିଲେ । ସେ ଆଉ ମଧ୍ୟ ଲେଖିଛନ୍ତି ଯେ ମୁଁ ଏଠୁ ଯିବା ପୂର୍ବରୁ ସବୁ ଟଙ୍କା ଚୁକ୍ତି କରିଯିବି।

Advertisement

Leave a Reply

Your email address will not be published. Required fields are marked *