Pratidin TV

Odisha's Digital News Platform

ମା’ପରେ ପୁଅକୁ ବାନ୍ଧିଲା ପୋଲିସ , ଜବତ୍ କଲା ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର

1 min read

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଲେଜ ବାଇପାସ ନିକଟରେ ପୋଲିସ ର ସ୍ୱତନ୍ତ୍ର ଚଢ଼ାଉ, ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ସହ ଜଣକୁ ଗିରଫ କରିଛି ପୋଲିସ l ସୂଚନା ମୁତାବକ ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି କାମାକ୍ଷାନଗର ମୁଣ୍ଡି ଦେଉଳି ଗ୍ରାମର ରଞ୍ଜନ କୁମାର ବେହେରା ଓରଫ (ବୁଦୁରି ) l

 ରଞ୍ଜନ କାମାକ୍ଷାନଗର ମହାବିଦ୍ୟାଳୟ ନିକଟ ବାଇପାସ ରେ ବେପାର ଉଦେଶ୍ୟରେ ଠିଆ ହୋଇଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଢେଙ୍କାନଳ ସ୍ପେସାଲ ସ୍କ୍ବାର୍ଡ ଓ କାମାକ୍ଷାନଗର  ପୋଲିସ ମିସି ମାଡିବସିଲେ |ତେବେ ତାଙ୍କଠାରୁ ୨୪ ଗ୍ରାମ ୩୫୦ମିଲିଗ୍ରାମ ବ୍ରାଉନ ସୁଗାର, ଗୋଟିଏ ବୁଲେଟ ଗାଡି,ଗୋଟିଏ ମୋବାଇଲ ସହ ୩ ହଜାର ଟଙ୍କା ଜବତ ହୋଇଛି | କିଛି ଦିନି ତଳେ ରଞ୍ଜନର ମା ବ୍ରାଉନସୁଗାର ବ୍ୟବସାୟରେ ଧରାପଡି ଜେଲରେ ଥିଲେ। ଦିର୍ଘ ୬ ମାସ ହେବ ରଞ୍ଜନ ବ୍ରାଉନସୁଗାର ବ୍ୟବସାୟ କରିଥିବା ପୋଲିସ ନଜରରେ ଥିଲା। ଆଜି ସକାଳେ ଜିଲ୍ଲା ଏସ୍ପିଙ୍କ ନିର୍ଦେଶ କ୍ରମେ ଢେଙ୍କାନାଳର ସ୍ୱତନ୍ତ୍ର ଟିମ  ଓ କାମାକ୍ଷାନଗର ପୋଲିସର ମିଳିତ ଚଢ଼ାଉ କରିଥିବା ଢେଙ୍କାନାଳ ସଦର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *