Pratidin TV

Odisha's Digital News Platform

ଚରମ ସୀମାରେ ପୋଲିସର ବର୍ବରତା : ସହିପାରିଲେନି ,ଥାନାରୁ ଫେରି ଗଛରେ ରଶି ଲଗାଇ ଝୁଲିପଡିଲେ ଯୁବକ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନ ଧାତିକା ପଞ୍ଚାୟତ ସରଡିହା ଗାଁର ରଜ ପାଣିପାତ୍ର। ବେକରେ ଗାମୁଛା ଲାଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ମୃତକଙ୍କ ସ୍ତ୍ରୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ରଜ ପାନି ପାତ୍ରଙ୍କୁ ଶୁଳିଆପଦା ପୋଲିସ ଏକ କେଶ୍‌ରେ ପଚାରା ଉଚାରା ପାଇଁ ଘରୁ ପିଟି ପିଟି ଜୋରଜବରଦସ୍ତ ଗାଡ଼ିରେ ରାତି ୧୨ ଟା ରେ ଉଠାଇ ନେଇଥିଲେ। ଥାନାରେ ପଚରା ଉଚ୍ଚାରା ବାହାନାରେ ମୃତ ରଜ ପାନିପାତ୍ରକୁ ଥାର୍ଡ ଡିଗ୍ରୀ ଦେବା ସହ ମାଡ଼ ମାରିଥିଲେ। ପୋଲିସ ମାଡ଼ ଡରରେ ସେ ଆତ୍ମହତ୍ୟା କରିଛି ବୋଲି ତାଙ୍କ ସ୍ତ୍ରୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ମୃତକଙ୍କ ସ୍ତ୍ରୀ କହିବା କଥା ଶୁଳିଆପଦା ଥାନା ଅଧିନ ଧତିକା ପଞ୍ଚାୟତ ସରଡ଼ିହା ଗ୍ରାମରେ ଗତ ସୋମବାର ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଘଟଣା ପରଠାରୁ ଫେରାର ଥିବାବେଳେ ଶୁଳିଆପଦା ଥାନା ଆଧିକାରିଣୀ ପଦ୍ମାଳୟା ପ୍ରଧାନ ସେହି ଗ୍ରାମର ଏକ ନିରୀହ ଖଡ଼ିଆ ସମ୍ପ୍ରଦାୟର ରଜ ପାଣିପାତ୍ରଙ୍କୁ ସନ୍ଦେହରେ ଗତ ଚାରିଦିନ ତଳେ ରାତିଧିଆ ସଦଳବଳେ ପହଞ୍ଚି ମାଡମାରି ଜୋର ଜବରଦସ୍ତ ପୋଲିସ ଭ୍ୟାନରେ ଥାନାକୁ ନେଇଆସିଥିଲେ । ପୋଲିସ ଚାରିଦିନ ରଖି ପଚରାଉଚରା କରି ଛାଡ଼ିଦେଇଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ ରଜ ପାଣିପାତ୍ର ଥାନରୁ ଘରକୁ ଫେରି କାନ୍ଦିକାନ୍ଦି ପୋଲିସ କରିଥିବା ଥାଡ଼ ଡିଗ୍ରୀ ସମ୍ପର୍କରେ ଜଣାଇବା ସହିତ ନିଜ ଦେହରେ ପଚା ପଡିଥିବା ମାଡ ଚିହ୍ନକୁ ପରିବାର ଲୋକଙ୍କୁ ଦେଖାଇଥିଲେ । ଥାନାରୁ ଆସିବା ପରଠାରୁ ବିଚଳିତ ହୋଇ ଭୟଭୀତ ଆବସ୍ଥାରେ ରହୁଥିଲେ । ତାଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ଅନୁଯାୟୀ ଗତକାଲି ରାତିରେ ଏକ ଗାଡି ଶବ୍ଦ ଶୁଣି “ପୋଲିସ ଆସୁଛି ମୋତେ ନେଇଯିବ ଓ ପୁଣି ପିଟିବ ମୁଁ ସହିପାରିବିନି ଯାଉଛି ମରିଯିବି ” କହି ଏକ ଗାମୁଛା ଧରି ଦୌଡ଼ି ପଳାଇ ଯାଇଥିଲେ ।

ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ରାତି ତମାମ ବହୁ ଖୋଜାଖୋଜି କରିଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଘର ପଛପଟ ଏକ ଘଛରେ ଗାମୁଛା ସାହାଯ୍ୟରେ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଖବର ପାଇ ଶୁଳିଆପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେସଙ୍ଗେ ରୁଣ୍ଡ ହୋଇଥିବା ଗ୍ରାମବାସୀଙ୍କୁ ଘଉଡାଇ ଦେଇଥିଲେ । କୌଣସି ପ୍ରାଥମିକ ତଦନ୍ତ ନକରି ତରବରିଆ ଭାବରେ ଶବକୁ ଗଛରୁ ଓଲ୍ଲାଇ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡ଼ିକାଲକୁ ପଠାଇ ଦେଇଥିଲେ । ନିରୀହ ଲୋକଙ୍କ ଉପରେ ପୋଲିସର ଏପରି ଅତ୍ୟାଚାରକୁ ଗ୍ରାମବାସୀ ବ୍ରିଟିଶ ଜୁଲମ କହି ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏ ବାବଦରେ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ। କିନ୍ତୁ ଏହି ଘଟଣା ସମ୍ପର୍କରେ ଅଂଚଳବାସୀ ଖବର ପାଇ ପୋଲିସ ପ୍ରଶାସନକୁ ନିନ୍ଦା କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *