Pratidin TV

Odisha's Digital News Platform

ଆଜି ପଡିବ ଆଥିୟା ଓ ରାହୁଲଙ୍କ ହାତଗଣ୍ଡି , ହେଲେ ଆମନ୍ତ୍ରିତ ଅତିଥିମାନଙ୍କ ପାଇଁ ରହିଛି ଏଭଳି ଅଜବ୍ ନିୟମ୍ ..

1 min read

ମୁମ୍ବାଇ : ବଲିଉଡ ଅଭିନେତା ସୁନିଲ ସେଠୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଠୀଙ୍କୁ ଆଜି ବିବାହ କରିବେ କ୍ରିକେଟର କେ.ଏଲ ରାହୁଲ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ନିଜର ପୁରୁଣା ମହିଳା ବନ୍ଧୁ ଆଥିୟାଙ୍କୁ ବିବାହ କରିବେ ରାହୁଲ । ତେବେ ସାମିଲ ହେବାକୁ ଥିବା ଅତିଥିମାନେ ଏହି ଉତ୍ସବର କୌଣସି ଫଟୋ ଏବଂ ଭିଡିଓ ସେୟାର କରିବାକୁ ଅନୁମତି ଦିଆଯାଇନାହିଁ । ଏପରିକି ଉତ୍ସବକୁ ଯିବା ପୂର୍ବରୁ ସେମାନଙ୍କ ଠାରୁ ତାଙ୍କ ସ୍ମାର୍ଟଫୋନ ରଖିଦିଆଯିବ ବୋଲି ସୂଚନା ମିଳିଛି ।

Advertisement

ଗତକାଲି ମୁମ୍ବାଇରେ ଆଥିୟାଙ୍କ ଘରେ ମେହେନ୍ଦୀ ଉତ୍ସବ ପାଳନ କରାଯାଇଥିଲା ।ତେବେ ଉଭୟ ଖଣ୍ଡାଲାରେ ଥିବା ସୁନିଲ ସେଠୀଙ୍କ ବଙ୍ଗଳାରେ ବିବାହ କରିବେ ବୋଲି ସୂଚନା ମଳିଛି । ତେବେ ମୋଟ ୨୦୦ ଅତିଥି ଏହି ବିବାହ ଉତ୍ସବରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଯେଉଁଥିରେ ରାହୁଲ ଏବଂ ଆଥିୟା ଉଭୟଙ୍କର ଶହେ ଲେଖାଏଁ ଅତିଥି ସାମିଲ ହେବେ।

ତେବେ ଦୁହିଁଙ୍କ ବିବାହର ଏଭଳି ଅଜବ୍ ନିୟମ ଦେଖି ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ଜାନୁଆରୀ ୨୧ ଏବଂ ୨୨ ରେ ମେହେନ୍ଦୀ ଓ ହଳଦୀ ରସମ୍ କରାଯାଇଥିଲା । ଜାନୁଆରୀ ୨୩ ଅର୍ଥାତ୍ ଆଜି ଉଭୟ ସାତଜନ୍ମର ସାଥିପାଇଁ ସାତଫେରା ନେବେ । ବିବାହରେ ମାତ୍ର ୨୦୦ ଅତିଥିଙ୍କୁ ନିମନ୍ତ୍ରଣ ମିଳିଥିବା ବେଳେ , ତାଙ୍କ ଗ୍ରାଣ୍ଡ ରିସେପ୍‌ସନକୁ ପୁରା ବଲିଉଡ୍ ସହ କ୍ରିକେଟ୍ ଜଗତ ସାମିଲ ହେବା ବୋଲି ସୂଚାନ ମିଳିଛି । ତେବେ ରାହୁଲ ଆଥିଆଙ୍କ ରିସେପସ୍ପନ ପାର୍ଟି ଏପ୍ରିଲ ମାସରେ ହେବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *