Pratidin TV

Odisha's Digital News Platform

ବିଦ୍ୟୁତ୍ ଚେକିଂ ବେଳେ କର୍ମଚାରୀଙ୍କ ଉପରେ ମରଣାତ୍ମକ ଆକ୍ରମଣ , ଅଭିଯୋଗ ଆଣିଲା ବିଦ୍ୟୁତ୍ ବିଭାଗ..

1 min read

ଯାଜପୁର : ଯାଇଥିଲେ ବିଦ୍ୟୁତ୍ ବିଲ୍ ଚେକିଂରେ କିନ୍ତୁ ଚେକିଂ କରିବାକୁ ନଦେଇ କଲେ ମରଣାତ୍ମକ ଆକ୍ରମଣ । କଳିଙ୍ଗନଗରର ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ଗ୍ରାମର ବାସିନ୍ଦା ବିଷ୍ଣୁ ତ୍ରୀପାଠିଙ୍କ ଘରକୁ ବିଦ୍ୟୁତ୍ ବିଭାଗର କର୍ମଚାରୀ ଚେକିଂ କରିବାକୁ ଯାଇଥିଲେ । ପୂର୍ବରୁ ବିଷ୍ଣୁ ତ୍ରୀପାଠି ବିଦ୍ୟୁତ୍ ବିଭାଗର ୩୦ ହଜାର ବିଲ୍ ପୈଠ କରିନଥିବା ସହ ଘରେ ବାଇପାସ୍ କରି ବିଦ୍ୟୁତ୍ ଜାଳୁଥିବା ସୂଚନା ପାଇଥିଲେ ବିଦ୍ୟୁତ୍ ବିଭାଗ । ଏନେଇ ବିଦ୍ୟୁତ୍ ବିଭାଗ ୨ ଜଣ ମହିଳା କର୍ମଚାରୀଙ୍କ ସହ ୨ ପୁରୁଷ କର୍ମଚାରୀ ମଧ୍ୟ ଚେକିଂରେ ଯାଇଥିଲେ ।

ଚେକିଂ ପାଇଁ କର୍ମଚାରୀ ବିଷ୍ଣୂଙ୍କ ଘରେ ପହଞ୍ଚିଥିବା ବେଳେ । ବିଷ୍ଣୁ ଘରେ ନଥିଲେ ତାଙ୍କ ପତ୍ନୀ ଏବଂ ମା ଘରେ ଥିଲେ । ତେବେ ବିଦ୍ୟୁତ୍ ବିଭାଗ ନିଜ ଚେକିଂ ଆରମ୍ଭ କରିଥିବା ବେଳେ ବିଷ୍ଣୁ ଘରେ ପହଞ୍ଚି ସେମାନଙ୍କୁ ଅଟକାଇଥିଲେ । ଏବଂ କେହି ପୁରୁଷ ନଥିବା ବେଳେ କିପରି ଘରେ ପଶି ଚେକିଂ କରୁଛ କହି ଗାଳିଗୁଲଜ୍ ଆରମ୍ଭ କରିଥିଲେ ।

Advertisement

ଏହାପରେ ୨ ମହିଳା କର୍ମଚାରୀ ଓ ୨ ପୁରୁଷ କର୍ମଚାରୀଙ୍କୁ ଘରୁି ବାହାରି ଆସିଥିଲେ । କିନ୍ତୁ ବିଷ୍ଣୁ ତାଙ୍କ ପଛରେ ଆସି ପୁରୁଷ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ଉପରକୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏବଂ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀକୁ ଘରୁ ପନିକି ଆନିବାକୁ କହିଥିଲେ । ଏହି ସମୟରେ ୨ ମହିଳା କର୍ମଚାରୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଷ୍ଣୁ ସେମାନଙ୍କୁ ମଧ୍ୟ ଖରାପ୍ ବ୍ୟବହାର ପ୍ରଦର୍ଶନ କରିଥିଲେ । ଆଉ ବିଦ୍ୟୁତ୍ କର୍ମଚାରୀଙ୍କୁ ରେପ୍ କେଶରେ ଫଶାଇବେ ବୋଲି ଧମକ୍ ମଧ୍ୟ ଦେଇଥିଲେ ।

ଏନେଇ ବିଦ୍ୟୁତ୍ ବିଭାଗ କର୍ମଚାରୀ କଳିଙ୍ଗନଗର ଥାନାରେ ସେହି ପରିବାର ୩ ଜଣ ଙ୍କ ନାଁରେ ଏତେଲା ଦେଲା ପରେ କଳିଙ୍ଗନଗର ସସମ ପ୍ରିୟ ବ୍ରତ ରାଉତ ଜଣଙ୍କୁ ଆରେଷ୍ଟ୍ କରିଥିବା ବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି! କେଶ୍ ନମ୍ବର ୧୨/୨୦୨୩ ଆଇପିସି ଧାରା -୩୪୧ ,୩୨୩, ୩୦୭ ,୨୯୪ ,୫୦୬ ,୧୮୬ ,୩୩୨, ୩୫୩, ୩୫୪ ,୩୪୨, ୩୪
ରୁଜୁ କରି ଅଭଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *