Pratidin TV

Odisha's Digital News Platform

ବଢ଼ିଲା ଭାରତୀୟ ନୌସେନାର ଶକ୍ତି : ସେନାରେ ସାମିଲ ହେଲା ଅତ୍ୟାଧୁନିକ ବୁଡା ଜାହାଜ ‘ଆଇଏନଏସ ଭାଗୀର’

1 min read

ନୂଆଦିଲ୍ଲୀ : ବଢ଼ିଲା ନୌ-ସେନାର ଶକ୍ତି । ସମୁଦ୍ରକୁ ଓହ୍ଲାଇଲା ସବ୍‌-ମରାଇନ୍ । ଆଜି ଭାରତୀୟ ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ଆଇଏନଏସ ଭାଗୀର । ଆଇଏନଏସ ଭାଗିରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ପ୍ରୋଜେକ୍ଟ ୭୫ ଅନ୍ତର୍ଗତ କଲଭାରି ଶ୍ରେଣୀର ଏହା ହେଉଛି ପଂଚମ ବୁଡ଼ାଜାହାଜ । ମୁମ୍ବାଇର ନାଭାଲ ଡକୟାର୍ଡରେ ନୌସନା ମୁଖ୍ୟ ଆଡମିରାଲ ଆର ହରି କୁମାରଙ୍କ ଉପସ୍ଥିତିରେ ଆଇଏନଏସ ଭାଗିରକୁ ନୌସେନାରେ ସାମିଲ କରାଯାଇଛି ।

ଏହାଦ୍ୱାରା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି । ଏହି ବୁଡ଼ାଜାହାଜ ସମ୍ପୂୂର୍ଣ୍ଣ ଭାବେ ଭାରତରେ ନିର୍ମିତ ହୋଇଛି । ଏହା ଫ୍ରାନ୍ସର କମ୍ପାନୀ ନେଭଲ ଗ୍ରୁପ୍ ଏବଂ ମୁମ୍ବାଇର ମାଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ମିଳିତ ଭାବରେ ନିର୍ମିତ ହୋଇଛି । ଏହାପୂର୍ବରୁ ଚାରିଟି ବୁଡ଼ାଜାହାଜକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ନଭେମ୍ବର ୨୦୨୨ରେ ମାଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଏହି ପଞ୍ଚମ ବୁଡ଼ାଜାହାଜକୁ ନୌସେନାକୁ ହସ୍ତାନ୍ତର କରିଥିଲା । କମାଣ୍ଡିଂ ଅଫିସର କମାଣ୍ଡର ଦୀପକ ଏସ କହିଛନ୍ତି, ନୌସେନା ଏବଂ ଦେଶର ସୁରକ୍ଷା ଏବଂ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ବୁଡ଼ାଜାହାଜ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ଆତ୍ମନିର୍ଭରଶୀଳ ଭାରତ ହେବା ଦିଗରେ ଏକ ବଡ ପଦକ୍ଷେପ ବୋଲି ବିବେଚନା କରାଯାଇପାରେ ।

ଆଇଏନଏସ ଭାଗିରର ଲମ୍ବ ୬୭ ମିଟର ଏବଂ ଉଚ୍ଚତା ୨୧ ମିଟର । ପାଣି ଉପରେ ଏହାବେଗ ଘଣ୍ଟାପ୍ରତି ୨୦ କିଲୋମିଟର ଥିବାବେଳେ ପାଣି ଭିତରେ ୪୦ କିଲୋମିଟରେ ବେଗରେ ଗତି କରିବାର କ୍ଷମତା ଅଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୫୦ରୁ ଅଧିକ ନାବିକ ଏବଂ ନୌସେନା ଅଧିକାରୀ ବୁଡ଼ାଜାହାଜରେ ଅପରେଶନ କରିପାରିବେ । ଏହା ସହିତ ୧୬ ଟି ଟର୍ପେଡୋ, ମାଇନ୍ସ, କ୍ଷେପଣାସ୍ତ୍ର ସହିତ ସଜ୍ଜିତ । ଏପର୍ଯ୍ୟନ୍ତ ସମସ୍ତ ସ୍ୱଦେଶୀ ନିର୍ମିତ ବୁଡ଼ାଜାହାଜ ମଧ୍ୟରେ ଏହାର ନିର୍ମାଣ କମ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି । ଏହାର ସମୁଦ୍ର ପରୀକ୍ଷଣ ଆରମ୍ଭ ପ୍ରଥମେ ୨୨ଫେବୃଆରୀରେ ହୋଇଥିଲା । ଏହି ସମୟରେ, ଏହା କଠିନ ଏବଂ ଚ୍ୟାଲେଞ୍ଜିଂ ସମୁଦ୍ର ପରୀକ୍ଷଣ ଦେଇ ଏହା ଗତି କରିଥିଲା ।

Leave a Reply

Your email address will not be published. Required fields are marked *