Pratidin TV

Odisha's Digital News Platform

ଜୀବନ ହାରିଲେ ସାଉଥ୍ ଅଭିନେତା ସୁଧୀର ବର୍ମା; ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଭଳି କରିଥିଲେ ପୋଷ୍ଟ, ଲେଖିଥିଲେ ..

1 min read

ମୁମ୍ବାଇ : ଜୀବନ ହାରିଲେ ସାଉଥ୍ ଅଭିନେତା ସୁଧୀର ବର୍ମା । ସୁଶାନ୍ତଙ୍କ ପଡରି ହୋଇପଡିଥିଲେ ଅତିଶୟ । ୨୩ ଜାନୁଆରୀ ସୋମବାର ଦିନ ସକାଳୁ ତାଙ୍କ ବିଶାଖାପାଟନମ୍ ସ୍ଥିତ ଘରୁ ମୃତଦେହ ଉଦ୍ଧାର କରାଯାଇଛି । ସୁଧୀରଙ୍କ ମୃତ୍ୟୁ ଖବର ପୁରା ତେଲଗୁ ଜଗତରେ ଶୋକାକୂଳ ପରିବେଶ ସୃଷ୍ଟି କରିଦେଇଛି ।

ତେବେ କିଛିଦିନ ପୂର୍ବରୁ ସୁଧୀର ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯାହା ବର୍ତ୍ତ ଅନେକ ପ୍ରଶଂସକମାନଙ୍କୁ କନ୍ଦାଇଛି । ସେ ଲେଖିଥିଲେ ଯେ ‘ବେଳେବେଳେ ସବୁଠାରୁ ସୁନ୍ଦର ହସ ବହୁ ଯନ୍ତ୍ରଣାକୁ ଲୁଚାଇଥାଏ । କିନ୍ତୁ ତୁମେ ଏହା କରିବା ଉଚିତ୍ ନୁହେଁ , ସବୁ ଦୁଃଖ କଷ୍ଟ ନିଜର ଲୋକକୁ ଜଣାଇବା କଥା ..

ସେହିପରି ସୁଧୀରଙ୍କ ମୃତ୍ୟୁରେ ତେଲୁଗ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭେଙ୍କି କୁଦୁମୁଲା ମଧ୍ୟ ଦୁଃଖପ୍ରକାଶ କରି ତାଙ୍କ ଆତ୍ମର ଶାନ୍ତି ନିମନ୍ତେ ପ୍ରର୍ଥନା କରିଛନ୍ତି । ଏହାସହ ସୁଦୀରଙ୍କ କୋ-ଆକ୍ଟର ସୁଧାକର କୋମାକୁଲାମଧ୍ୟ ଟ୍ୱିଟରରେ ସୁଧୀରଙ୍କ ଫଟୋ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖରଛନ୍ତି –ସୁଦୀର , ଜଣେ ଏଭଳି ଖୁସିମଜାଳିଆ ବ୍ୟକ୍ତିଥିଲେ । ସେ ଏଭଳି କରିବେ ବୋଲି ଆମକୁ ଜଣାନଥିଲା । ତୁମ ସହ କାମ କରି ମୋତେ ବହୁତ ଭଲଲାଗିଥିଲା । ତୁମେ ଏ ଦୁନିଆ ଛାଡିକି ଚାଲିଯାଇଛ ବୋଲି ବିଶ୍ୱାସ ହେଉନାହିଁ । ତେବେ ସୁଧୀର କାହିଁକି ଏଭଳି ପଦକ୍ଷେପ ନେଲେ ତାହ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ସେ ଡ୍ରିପେସନରେ ରହୁଥିବା କହିଛନ୍ତି ତାଙ୍କ ପରିବାର ।

୨୦୧୩ ରେ ସେ ସାଉଥ୍ ଚଳଚିତ୍ର ମାଧ୍ୟମରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସୁଧୀରଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ସ୍ୱାମୀ ରା ରା ’ । ଏହାପରେ ପରେ ସେ ଆଉ ଗୋଟେ ୨ ଟି ଫିଲ୍ମ କରିଥିଲେ ମଧ୍ୟ ତାହା ଫଲ୍ପ ହୋଇଯାଇଥିଲା ।ପରେ ୨୦୧୬ ରେ ସେ ପୁଣି କିଡନାପ୍ ବୋମ୍ମାରୁ ଡେବ୍ୟୁ କରିଥିଲେ । ଯାହା ତାଙ୍କୁ ଲୋକଲୋଚନକୁ ଆଣିପାରିଥିଲା । ସାଉଥ୍ ଜଗତର ଲାଗାତାର ଅସଫଳତା ଓ ଫିଲ୍ମ ନମିଳିବାରୁ ସେ ଏହାପରଠାରୁ ଡ୍ରିପସେନରେ ରହୁଥିବା ଜଣାପଡିଥିଲା । ତେବେ ସେ ଏଭଳି ପଦକ୍ଷେପ ଉଠାଇବେ ବୋଲି କେହି ବିଶ୍ୱାସ କରିପାରୁନହାନ୍ତି । ବଲିଉଡ୍‌ରେ ସୁଶାନ୍ତଙ୍କ ମୃତ୍ୟୁ ସହ କିଛି ପ୍ରଶଂସକ ସୁଧୀରଙ୍କ ମୃତ୍ୟୁକୁ ତୁଳନା କରୁଛନ୍ତି । କାରଣ ସୁଶାନ୍ତ ଅନେକ ଭଲ ଭଲ ଫିଲ୍ମ କରିଥିଲେ ମଧ୍ୟ ତାଙ୍କ ଫିଲ୍ମ ସେତେଟା ହିଟ୍ ହୋଇପାରିନଥିଲା ।

Leave a Reply

Your email address will not be published. Required fields are marked *