ବାଲେଶ୍ୱରରେ ଚାଞ୍ଚଲ୍ୟ : ବରକୋଳି ଭାବି ୩ବର୍ଷର ଶିଶୁ ପୁତ୍ର ଗିଳିଦେଲା ତିନୋଟି କାଚ ଗୁଲି ..
1 min readବାଲେଶ୍ୱର : ବରକୋଳି ଭାବି ଛୋଟିଆ ୩ ବର୍ଷର ଶିଶୁ ଗିଳିଦେଇଛି ୩ ଟି କାଚଗୁଲି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ପଂଚାୟତ ପୁରୁଷୋତ୍ତମପୁର ଗାଁର ଜଣେ ୩ ବର୍ଷର ଶିଶୁ ପୁତ୍ର କାଚଗୋଲିକୁ ବରକୋଳି ଭାବି ଗିଳିଦେଇଥିଲା ।
ସୂଚନାଯୋଗ୍ୟ ଯେ ପୁରୁଷୋତ୍ତମପୁର ଗାଁର ବାବାଜୀ ମଳିକଙ୍କ ୩ ବର୍ଷର ପୁଅ ଆଜି ବାରିପଛରେ ଆଉ କିଛି ଛୁଆ ମାନଙ୍କ ସହ ଖେଳୁଥିବା ସମୟରେ କାଚଗୁଲିକୁ ବରକୋଳି ଭାବି ଗିଳିଦେଇଥିଲା । ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ଘରଲୋକ ତୁରନ୍ତ ତାକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।
ସେଠାରେ ଚିକିତ୍ସା ପରେ ଗୋଟିଏ ଗୁଲି ବହାରିଯାଇଥିବା ବେଳେ ଆଉ ଦୁଇଟି ଗୁଲି ପେଟରେ ଅଟକି ରହିଛି। ଶିଶୁଟିର ଅବସ୍ଥା ଗୁରୁତର ହୋଇଥିବାରୁ ପ୍ରଥମେ ସୋର ପରେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।