Pratidin TV

Odisha's Digital News Platform

ଶ୍ରଦ୍ଧା ୱାକର ହତ୍ୟା ମାମଲା : ୬୬୨୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ଦିଲ୍ଲୀ ପୋଲିସ୍ କହିଲା ଅଫତାବ୍‌ର ମୁଖ୍ୟ ଉର୍ଦ୍ଦେଶ୍ୟ..

1 min read

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲା ନେଇଛି ଏକ ରୋଚକ ମୋଡ । ପ୍ରେମିକାକୁ ହତ୍ୟାପରେ କାଟି ୩୫ ଖଣ୍ଡ କରି ୪ ଟି ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଥିଲା ପ୍ରେମିକ ଅଫତାବ । ତେବେ ସପୃକ୍ତ ମାମଲାରେ ପୋଲିସ ଦୀର୍ଘ ୭୫ ଦିନ ପରେ ଅଫତାବ ନାଁରେ ୬ହଜାର ୬୨୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏହି ଘଟଣାଟି ବାହାରକୁ ଆସିବା ପରେ ପୁରା ଦେଶବ୍ୟାପି ଏହି ହତ୍ୟାମାଲାର ଚର୍ଚ୍ଚା ଚାଲିଛି । ଆଇନ ମୁତାବକ ଏଭଳି ସଙ୍ଗୀନ ମାମଲାରେ ପୋଲିସ କିମ୍ବା ସିବିଆଇ ଟିମ୍‌କୁ ୯୦ ଚାର୍ଜସିଟ୍ ଦାଖଲ କରିବା ପାଇଁ ୯୦ ଦିନର ସମୟ ଦିଆଯାଇଥାଏ । କିନ୍ତୁ ଦିଲ୍ଲୀ ପୋଲିସ ଏହି ମାମଲାରେ ମାତ୍ର ୭୫ ଦିନରେ ୬୬୨୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଯାହା ସଭିଙ୍କୁ ଚକିତ କରିଦେଇଛି ।

ଦିଲ୍ଲୀ ପୋଲିସର ସାଉଥ୍ ରେଞ୍ଜ ଟିମ୍‌ର ପୋଲିସ କମିଶନର ମିନୁ ଚୌଧୂରୀଙ୍କ ସୂଚନା ଅନୁଯାୟୀ ଏହି ମାମଲାର ତଦନ୍ତ ପାଇଁ ମୋଟ ୯ ଟି ଟିମ୍‌କୁ ଦାୟିତ୍ୱ ମିଳିଥିଲା । ତାସହ ଆଉ ଏକ ଏସଆଇଟି ଟିମ୍‌କୁ ମଧ୍ୟ ନିୟୋଜିତ କରାଯାଇଥିଲା । ତେବେ ଏହି ଘଟଣାଟି କେବଳ ଦିଲ୍ଲୀ ନୁହେଁ ବରଂ ଆହୁରୀ ୪ ଟି ରାଜ୍ୟ ମହାରାଷ୍ଟ୍ର,ହରିଆଣା ଏବଂ ହିମାଚଳ ପ୍ରଦେଶ ମଧ୍ୟ ସାମିଲଥିଲା । ଅଫତାବ ଶ୍ରଦ୍ଧାର ଶରୀରକୁ ଅନ୍ୟ ରାଜ୍ୟ ଗୁଡିକରେ ଫିଙ୍ଗିବାରୁ ପୋଲିସ ୯ ଟା ଟିମ୍ ଗଠନ କରିଥିଲା ।

Advertisement

ରାସ୍ତା କଡରେ ଲାଗିଥିବା ସିସିଟିଭି ଫୁଟେଜରୁ ମଧ୍ୟ ପୋଲିସ ଅନେକ ତଥ୍ୟ ଏକଜୁଟ୍ କରିଥିଲା । ତା ସହ ଅଫତାବର ନାର୍କୋ ଏବଂ ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା । ତେବେ ଅଫତାବ ଶ୍ରଦ୍ଧାର ଶରୀରକୁ କାଟିବା ପାଇଁ ଅଲଗା ଅଲଗା ଧାରୁଆ ଅସ୍ତ୍ରର ବ୍ୟବହାର କରିଥିଲା । ଏସବୁ ପ୍ରମାଣ ସହ ପୋଲିସ ୧୫୦ ଜଣ ସାକ୍ଷଙ୍କୁ ଚାର୍ଜସିଟ୍‌ରେ ସାମିଲ କରିଛି ।

ଶ୍ରଦ୍ଧାକୁ ମାରିବାର ମୁଖ୍ୟ ଉର୍ଦ୍ଦେଶ୍ୟ –ଚାର୍ଜସିଟ୍ ଅନୁଯାୟୀ ୧୭ ମେ ୨୦୨୨ ରେ ଶ୍ରଦ୍ଧା ଗୁରୁଗ୍ରାମରେ ଥିବା ତାର ଜଣେ ବନ୍ଧୁକୁ ଦେଖାକରିବାକୁ ଯାଇଥିଲା । ଏହାପରେ ସେ ୧୮ ମେ ୨୦୨୨ ର ସନ୍ଧ୍ୟାରେ ଅଫତାବ ସହ ରହୁଥିବା ଘରକୁ ଫେରିଥିଲା । ଶ୍ରଦ୍ଧା ଆଉ କେଉଁ ସାଙ୍ଗ ପାଖକୁ ଯିବା କଥାଟା ଅଫତାବକୁ ହଜମ୍ ହୋଇନଥିଲା । ପୂର୍ବରୁ ଶ୍ରଦ୍ଧା ଉପରେ ରାଗିକି ଥିବା ଅଫତାବ ସେଦିନ ଉଗ୍ର ରୂପକୁ ଆସିଯାଇଥିଲା । ନିଜ ରାଗକୁ ସମ୍ଭାଳି ନପାରି ଶ୍ରଦ୍ଧାର ତଣ୍ଟିଚିପି ତାକୁ ହତ୍ୟା କରିଥିଲା । ପରେ ନିଜର କୁକର୍ମକୁ ଘଉଡାଇବା ପାଇଁ ଶ୍ରଦ୍ଧାକୁ କାଟି ଛୋଟ ଛୋଟ ପିସ୍ କରି ଫ୍ରିଜ୍‌ରେ ରଖିଥିଲା । ଏବଂ ଧିରେ ଧିରେ କିଛି କିଛି କରି ଶ୍ରଦ୍ଧାର କଟା ଦେହକୁ ଜଙ୍ଗଲରେ ଫପାଡିଥିଲା ।

Leave a Reply

Your email address will not be published. Required fields are marked *