Pratidin TV

Odisha's Digital News Platform

ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ , କର୍ତ୍ତବ୍ୟପଥରେ ଓଡିଶାକୁ ଗୌରାବନିତ କରିବେ ୩ ଜିଲ୍ଲାର ଓଡିଆ ଝିଅ ..

ନୂଆଦିଲ୍ଲୀ : ଆଜି ଦେଶବାସୀ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛନ୍ତି । ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ରାଷ୍ଟ୍ରର ସବୁଠୁ ବଡ ଦିନ ।ଦିଲ୍ଲୀରୁ ପଲ୍ଲୀ ସବୁଠି ଦେଖିବାକୁ ମିଳିଛି ଖୁସିର ଉତ୍ସାହ । ଆଜି ଗର୍ବରେ ସବୁ ଓଡିଶାବସୀ କହୁଛନ୍ତି ଆମେ ଭାରତୀୟ । ଓଡିଆ ଆମ ଗର୍ବ, ଦୌପଦୀ ମୁର୍ମୂ ଆମ ଗୌରବ । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଆଜି ଦିଲ୍ଲୀରେ ପତକା ଉରତ୍ତୋଳନ କରିଛନ୍ତି ରାଷ୍ଟ୍ରପଡି ଦୌପଦୀ ମୁର୍ମୁ । ତାସହ ଓଡିଶା ଝିଅ ଦେଖାଇବେ କର୍ତ୍ତବ୍ୟପଥରେ ନିଜର କମାଲ ।

ସର୍ବଭାରତୀୟ ସ୍ତରରେ ଏନସିସି ବାଳିକା କଣ୍ଟିଜେଣ୍ଟର ନେତୃତ ନେଉଛନ୍ତି ଓଡିଆ ଝିଅ ସୋନାଲି ସାହୁ । ଆଜି ୧୪୮ ଜଣିଆ ବାଳିକା କ୍ୟାଡେଟଙ୍କ ଟିମ୍ ଲିଡର ଭାବେ ଓଡିଆ ଝିଅ ସୋନାଲି ଏନସିସି ବାଳିକା ବର୍ଗର କମାଣ୍ଡ କରିବେ । ଏହା ସୁ ଆହୁରୀ ଏକ ଗର୍ବ ଗୌରବ ଯୋଡି ହୋଇଛି ଓଡିଶା ସହ ।

କର୍ତ୍ତବ୍ୟପଥରେ ବିଶ୍ୱ ଦେଖିବ ଓଡିଶାର କଳା ଓ ସଂସକୃତିର ଝଲକ । ସାଧାରଣତନ୍ତ୍ର ଦିବସ ପରେଡ୍ ପରେ “ବନ୍ଦେ ଭାରତ” ନାମକ ନୃତ୍ୟ ପରିବେଷଣ କରାଯିବ । ଏହି ନୃତ୍ୟରେ ଦେଶର ପାରମ୍ପରିକ ଏବଂ ସାଂସ୍କୃତିକ ନୃତ୍ୟକୁ ସାମିଲ କରାଯାଇଛି । ଓଡ଼ିଶାର ଓଡ଼ିଶୀ ନୃତ୍ୟ, ପୁରୀ ର ସାହିଯାତ ସହିତ ଝୁମର ନୃତ୍ୟ ପରିବେଷଣ କରିବେ ଓଡ଼ିଶାର କଳାକାର । କେନ୍ଦୁଝର ଜିଲ୍ଲାର ୬ଜଣ କଳାକାର ଏହି ଝୁମର ନୃତ୍ୟ ପରିବେଷଣ କରିବେ । ଏହି ସମସ୍ତ କଳାକାର ବାପା ମାଆ ଛେଉଣ୍ଡ ।

Leave a Reply

Your email address will not be published. Required fields are marked *